ଜଗତସିଂହପୁର/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ପଂଚାୟତ ଅଧିନ ତେନ୍ତୁଳିପଦା ଗ୍ରାମର ସର୍ବ ପୁରାତନ ଶ୍ରୀ ଶ୍ରୀ ଗାଦି ଗୋସାଇଁଙ୍କ ପୀଠରେ ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଉପଲକ୍ଷେ ଭାଗବତ ଭାଗବତ ଜନ୍ମ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଉପଲକ୍ଷେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ମହାନ୍ତିଙ୍କ ଲିଖିତ “ଆମ ଗାଁ ଗାଦି ଗୋସାଇଁ” ପୁସ୍ତକ ଉନ୍ମୋଚିତ ହୋଇଯାଇଛି l ଏହି ଉନ୍ମୋଚକ ସଭା ରେ ଝଙ୍କଡ ସାହିତ୍ୟ ସଂସଦ ର ସଂପାଦକ ଗୋଲୋକ ବିହାରୀ ପଲାଇ ଅଧକ୍ଷତା କରିଥିବାବେଳେ ଶିକ୍ଷାବିତ କମଳାକାନ୍ତ ପରିଜା, ଗୁରୁଦତ ପରିଜା, ଗବେଷକ ରାଧା ମୋହନ ପରିଜା, ସମାଜସେବୀ ତିଲକ କୁମାର ପରିଜା, ଜଗଦୀଶ ପରିଜା, ନିତ୍ୟାନନ୍ଦ ନାୟକ, ଶରତ ଚନ୍ଦ୍ର ପରିଜା, ନବକୃଷ୍ଣ ଚୌଧୁରୀ, ଭାଗିରଥି ପରିଜା, ସୁରେନ୍ଦ୍ର ସାହୁ, ଭାଗିରଥି ମହାନ୍ତି, ଶ୍ରଦ୍ଧାଞ୍ଜଳି ଦାସ, ନମିତା ସିଂହ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ପୁସ୍ତକ ର ଲେଖକ ଶ୍ରୀଯୁକ୍ତ ମହାପାତ୍ର ଗାଦି ଗୋସାଇଁଙ୍କ ଅଲୌକିକ ମହିମା ଓ ବିଶ୍ୱାସର ଫଳ ଅବର୍ଣ୍ଣନୀୟ ବୋଲି ସ୍ୱମତ ପ୍ରଦାନ କରିଥିଲେ l ପରିଶେଷରେ ପୂଜକ ପବିତ୍ର କୁମାର ଦାସ ନୀତି ନିୟମରେ ପୁସ୍ତକଟି ପୂଜାର୍ଚନା କରି ଆଶୀର୍ବାଦ ପ୍ରଦାନ କରିଥିଲେ l
Sign in
Sign in
Recover your password.
A password will be e-mailed to you.