ଭୁବନେଶ୍ୱର : ଆଜି ପୂର୍ବତଟ ରେଳବାଇ କ୍ରୀଡା ସଂଘ, ମଞ୍ଚେଶ୍ୱର ତରଫରୁ ସ୍ଥାନୀୟ ରେଳବାଇ ଇନଡୋର ଷ୍ଟାଡିୟମରେ ବାର୍ଷିକ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦଘାଟିତ ହୋଇଯାଇଛି। ମଞ୍ଚେଶ୍ୱର ରେଳଡବା କାରଖାନାର ମୂଖ୍ୟ କାରଖାନା ପ୍ରବନ୍ଧକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର କର ମହୋଦୟ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଏହି କ୍ରୀଡାର ଶୁଭାରମ୍ଭ କରିଥିଲେ। ଏହି ଉତ୍ସବରେ ମଞ୍ଚେଶ୍ୱର କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ରମେଶ କାମିନୀ ସମେତ ଅନ୍ୟ ଅଧିକାରୀଗଣ, ବିଭିନ୍ନ ସଂଗଠନର ନେତୃବୃନ୍ଦ, ମଞ୍ଚେଶ୍ୱର କ୍ରୀଡା ସଚିବ କାର୍ତ୍ତିକ ଚନ୍ଦ୍ର ମଲିକ, କୋଷାଧ୍ୟକ୍ଷ ଟି. ବିଜୟ କୁମାର ଏବଂ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଏହି କ୍ରୀଡାରେ ମଞ୍ଚେଶ୍ୱର କାରଖାନାର ଅଶୀରୁ ଅଧିକ କର୍ମଚାରୀ ଏବଂ ସେମାନଙ୍କର ଉତ୍ତରାଧିକାରୀ ଭାଗ ନେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post