ହାଟଡିହି/ମକରଧ୍ବଜଯେନା : କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଛେନାପଦି ବଜାର ସାଉ ଫାଷ୍ଟଫୁଡ୍ ମାଲିକ ତଥା ମାତାରିଣୀ ସେବା ସଂସ୍ଥା,ହାଟଡିହି ର ସକ୍ରିୟ ସଦସ୍ୟ ଚକ୍ରଧର ସାଉ ,ତାଙ୍କ ଜନ୍ମଦିନରେ ଏକ ନିଆରା କାଯ୍ର୍ୟ କରି ଜଣଙ୍କର ଜୀବନ ବଞ୍ଚାଇଛନ୍ତି।ସାମାଜିକ ଗଣମାଧ୍ୟମରୁ ଖବର ପାଇ ରୋଗୀକୁ ରକ୍ତଦାନ କରିଛନ୍ତି ଯୁବ ସମାଜ ସେବି ଚକ୍ରଧର।ଏପରି ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ।ମୁଗୁପୁର ଗ୍ରାମର ସୁରେନ୍ଦ୍ର ଶତପଥି ଙ୍କ ଝିଅ ସୃତିଲେଖା ଶତପଥି ଥାଲେସେମିଆ ରୋଗରେ ପିଡିତ ହୋଇ ରକ୍ତ ନିତ୍ୟନ୍ତ ଆବଶ୍ୟକ ଥିବାର ଖବର ପାଇ ଜନ୍ମ ଦିନରେ ସଂଙ୍ଗେ ସଂଙ୍ଗେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ରେ ପହଞ୍ଚି ରକ୍ତଦାନ କରିଥିଲେ। ତାଙ୍କର ଏହି କାମ ଓ ମାତାରୀଣୀ ସେବା ସଂସ୍ଥା ମାଧ୍ୟମରେ ବିଭିନ୍ନ ଜନକଲ୍ୟାଣ କାଯ୍ର୍ୟ ଶୈଳି କୁ ସାଧାରଣରେ ଅନେକ ପ୍ରଶଂସା କରାଯାଇଛି। ସେ କହିଛନ୍ତି କି ” ରକ୍ତଦାନ ମହାପୂଣ୍ୟ” ସମସ୍ତେ ଆସନ୍ତୁ ରକ୍ତଦାନ କରିବା ଓ ଅନ୍ୟର ଜୀବନ ବଞ୍ଚାଇବା।
Sign in
Sign in
Recover your password.
A password will be e-mailed to you.