ଗାଇସିଲେଟ-ଆଜି ସକାଳ ୬ ଘଣ୍ଟାରୁ ଆରମ୍ଭ କରି ଦିର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ କୋସଲ ରାଏଜ ମୁକ୍ତି ମୋର୍ଚ୍ଚା ଓ କୋଶଲସେନା ପକ୍ଷରୁ ଡ଼ାକରା ଦିଆଯାଇଥିବା ପଶ୍ଚିମାଞ୍ଚଳ ର ସମସ୍ତ ଜିଲ୍ଲାରେ ମହାବନ୍ଦର ପ୍ରଭାବ ପଡିଛି । କୋଶଲ ରାଜ୍ୟ ପାଇଁ ଅଣ୍ଟା ଭିଡିଛନ୍ତି l ବାରମ୍ବାର ଓଡିଶା ସରକାର ଙ୍କ ପର୍ଶ୍ଚିମ ଓଡିଶା କୁ ଅବହେଳା ଓ ଶୋଷଣ କରି ଆସୁଛନ୍ତି l ବିଗତ 26 ବର୍ଷ ଧରି ସ୍ୱତନ୍ତ୍ର କୋସଲ ରାଜ୍ୟ ଦାବି ନେଇ ଅନେକ ଆନ୍ଦୋଳନ ହୋଇ ଆସୁଛି l ଆଜି ସାରା ପର୍ଶ୍ଚିମ ଓଡ଼ିଶାରେ ଏହି କୋସଲ ମହାବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି l ଗାଇସିଲେଟ ବ୍ଲକର ବଣିକ ସଂଘ, ନାଗରିକ କମିଟି, ଆଦିବାସୀ ଓବିସି ଦଳିତ ସେନା, ଶ୍ରମିକ ସଂଘ, ଜେସିବି ଚାଳକ ସଂଘ,ବ୍ଲକ କଂଗ୍ରେସ କମିଟି, କୋସଲ ସମନ୍ୱୟ ସମିତି, କୋସଲ ସେନା,ସରପଞ୍ଚ ସଂଘ, ବ୍ଲକ ବିଜେପି ଦଳ,ୟୁଥ କ୍ଲବ, ଡ୍ରାଇଭର ସଂଘ,ପର୍ଶ୍ଚିମ ଓଡିଶା ଯୁବା ମଞ୍ଚ ଓ ଗାଇସିଲେଟ ବ୍ଲକ ର ସମସ୍ତ ସଂଗଠନ ସାମିଲ ହୋଇଥିଲେ l ଶାନ୍ତି ପୂର୍ଣ ସହ ଏହି ମହାବନ୍ଦ ପାଳନ କରା ଯାଇଥିଲା l କୋସଲ ରାଜ୍ୟ ନ ହେବା ପ୍ରଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସମସ୍ତେ ମତ ବ୍ୟକ୍ତ କରିଥିଲେ l କୋସଲ ରାଏଜ ମୁକ୍ତି ମୋର୍ଚା ଗାଇସିଲେଟ ବ୍ଲକର ସଭାପତି ଗଜପତି ସାହୁ ଙ୍କ ନେତୃତ୍ୱରେ ଏହି ମହାବନ୍ଦ ରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ର ସଭାପତି ଅରବିନ୍ଦ ପଣ୍ଡା, ଉପ ସଭାପତି ସରୋଜ ସାହୁ,ବ୍ଲକ ବିଜେପି ଦଳ ର ସଭାପତି ପ୍ରବୀଣ କୁମାର ପାଣିଗ୍ରାହୀ, ଅଶୋକ କଲେତ, ଶଶୀଭୂଷଣ ବରିହା, ଗୋପାଳ ଭୂଏ, ଝସକେତନ ପଧାନ, ଯଜ୍ଞେଶ୍ଵର ପଧାନ, ଅଚ୍ୟୁତ ସାହୁ, ରବି ସାହୁ, କୈଳାସ ଷ୍ଟାଣ୍ଡ ,ନାରେନ ସାହୁ,କୈଳାଶ ବେହେରା, ମହେଶ ଦାଶ୍, ମନୋଜ ଦାଶ୍, ମନୋରଞ୍ଜନ ସାହୁ,ଧବଳେଶ୍ବର ମହନନ୍ଦ, ହରିଶ ସାହୁ,ପ୍ରହଲ୍ଲାଦ ସାହୁ, ଭଗବାନ ସାହୁ,ବିରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଜୟ କୋଶଳ ନାରା ବାଜି କରି ଶାନ୍ତି ପୂର୍ଣ୍ଣ ଭାବେ ଗାଇସିଲେଟ ବ୍ଲକ କୁ ୧୨ଘଣ୍ଟିଆ ବନ୍ଦ କରିଥିଲେ l
Sign in
Sign in
Recover your password.
A password will be e-mailed to you.