ବଡ଼ବିଲରେ ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

0

ବଡ଼ବିଲ (ଶାସକ ପ୍ରଶାସକ):ସ୍ଵାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବାର୍ତ୍ତା ତଥା ଗାନ୍ଧିଜୀଙ୍କ ଅହିଂସା ଓ ଶକ୍ତି , ଜନସାଧରଣଙ୍କ ମଧ୍ୟରେ ଦେଶପ୍ରେମର ନିଦର୍ଶନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ ଅହିଂସା ରଥ ‘ ସମସ୍ତ ରାଜ୍ୟ ପରିକ୍ରମା କରୁଛି । ଏହି କ୍ରମରେ ଅହିଂସା ରଥ ବଡ଼ବିଲରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଛି। ଏହି ରଥ ବଡ଼ବିଲ କିରିବୁରୁ ଛକରେ ପହଞ୍ଚିବା ପରେ ପୋୖରାଧକ୍ଷ ଲକ୍ଷ୍ମଣ ମହାନ୍ତ, ଉପାଧ୍ୟକ୍ଷା ସରସ୍ବତୀ ନାଏକ, ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ସମସ୍ତ କାଉନସିଲରଙ୍କ ସହ ସହସ୍ରାଧିକ ଜନସାଧାରଣ ସ୍ୱାଗତ କରିଥିଲେ। ଏହା ପରେ ଅହିଂସା ରଥ ଏକ ଶୋଭାଯାତ୍ରାରେ ବଡ଼ବିଲ ପରିକ୍ରମା କରିଥିଲା।

Leave A Reply

Your email address will not be published.