”ପ୍ରଗତି” ମହିଳା ସଙ୍ଗଠନ ଏବଂ ୟୁ ଟେକ୍ କମ୍ପ୍ୟୁଟର୍ ଶିକ୍ଷା କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ଗୁରୁ ପୂଜନ ସମାରୋହ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ”ପ୍ରଗତି” ମହିଳା ସଙ୍ଗଠନ ଏବଂ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ସଂଯୋଜକ ଲୋକନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ତଥ୍ୟଭିତ୍ତିକ ଆଲୋଚନା ଏବଂ “ମୋ ଗୁରୁ ମୋ ଆଦର୍ଶ” ବିଷୟକୁ ନେଇ ମାଧ୍ୟମିକ , ମହାବିଦ୍ୟାଳୟ ସ୍ତରରେ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ସାହିତ୍ୟ ଏକାଡେ଼ମୀ ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ପରିଚାଳନାରେ ମୁଖ୍ୟ ଅତିଥି ରୂପେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ମୁଖ୍ୟବକ୍ତା ଭାବେ ଶ୍ରୀ ହରିମୋହନ ପଟ୍ଟନାୟକ , ସମ୍ମାନିତ ଅତିଥି ତଥା ସଭାନେତ୍ରୀ ଶ୍ରୀମତୀ କଳ୍ପନା ପଟ୍ଟନାୟକ , ସଂପାଦିକାଶ୍ରୀମତୀ ତନୁଜା ଶତପଥୀ , ଉପସଭାନେତ୍ରୀ ମାନସୀ ପଣ୍ଡା ପ୍ରଭୃତି ମଞ୍ଚାସୀନ ହୋଇ ଗୁରୁ ପରମ୍ପରାର ବିଭିନ୍ନ ଦିଗ ଆଲୋଚନା କରିଥିଲେ।
ତ୍ରିପତୀ ପଣ୍ଡା , ପ୍ରଫୁଲ୍ଲ ବେବର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ।

Leave A Reply

Your email address will not be published.