ଭଞ୍ଜନଗର : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଜନ ସାଧାରଣ ମାନଙ୍କର ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ସମ୍ମୁଦାୟ 7ଟି ପତ୍ର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଗ୍ରହଣ କରିଥିଲେ । ସମୁଦାୟ 7ଟି ଯାକ ସାଧାରଣ ଅଭିଯୋଗ(ବ୍ୟକ୍ତିଗତ ସମସ୍ୟା) ଉପରେ ଆଧାରିତl ଏହି ଅଭିଯୋଗ ଶୁଣାଣି ସମୟରେ ଭଞ୍ଜନଗର ସହାୟକ ଜିଲ୍ଲାପାଳ ସୁନନ୍ଦ ଶେଖର ସାହାଣୀ,ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ ମହାନ୍ତି, ଭଞ୍ଜନଗର ଉପଖଣ୍ଡ ଚିକିତ୍ସ୍ୟାଳୟର ଡାକ୍ତର ଅନିଲ କୁମାର ଚୌଧୁରୀ, ଭଞ୍ଜନଗର ଜନ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ବିନୟ କୁମାର ସାହୁ , ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ଅନିଲ କୁମାର ପଣ୍ଡା, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର ସମେତ ସମସ୍ତ ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ । ଉପଜିଲ୍ଲାପାଳ କାଯ୍ୟାଳୟ କର୍ମଚାରୀ ସୁରଭି ପ୍ରଧାନ, ବଳରାମ ଯାନୀ ପ୍ରଭୃତି ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post