ସରସ୍ୱତୀ ଶିଶୁ ମନ୍ଦିର, ନବରଙ୍ଗପୁର ଠାରେ ଗୁରୁଦିବସ ପାଳିତ

0

ନବରଙ୍ଗପୁରରୁ ଜିଲ୍ଲା ପ୍ରଥିନିଧି ଅଶୋକ ସାହୁ: ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ନବରଙ୍ଗପୁର ଜିଲ୍ଲାରେ ଗୁରୁ ଦିବସ ବଡ ଧୁମଧାମରେ ପାଳିତ ହୋଇଯାଇଛି. ସହର ମଧ୍ୟସ୍ଥ ଦାରୁବନ୍ଧସାହି ଠାରେ ଥିବା ସରସ୍ଵତୀ ଶିଶୁ ମନ୍ଦିରରେ ପବିତ୍ର ଗୁରୁ ଦିବସ ଉତ୍ସବ ଏକ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ପାଳିତ ହୋଇଯାଇଛି I ସୁଶ୍ରୀ ରେଣୁକା ଆଚାର୍ଯ୍ୟଙ୍କ ଦ୍ୱାରା ଅତିଥି ପରିଚୟ ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ନବରଙ୍ଗପୁର, ସୁପ୍ରିୟା ନାୟକଙ୍କ କରକମଳରେ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇ କାର୍ଯ୍ୟକ୍ରମଟିର ଶୁଭାରମ୍ଭ କରାଯାଇଥିଲା I ବିଦ୍ୟାଳୟର ସଭାପତି ମାନନୀୟ ଚନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ଦ୍ଵାରା ଉପଢୌକନ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀଙ୍କ ଦ୍ଵାରା ମାନପତ୍ର, କୋଷାଧ୍ୟକ୍ଷଙ୍କ ଦ୍ଵାରା ସ୍ମୃତିଚିହ୍ନ ଓ ପର୍ଯ୍ୟାୟ ପ୍ରମୁଖ ପ୍ରଦାନ କରାଯାଇଥିଲା। ଏହାପରେ ଶିଶୁମାନଙ୍କଦ୍ଵାରା ପବିତ୍ର ଗୁରୁପୂଜନ କରାଯାଇ ମୁଖ୍ୟ ଅତିଥିଙ୍କୁ ସମ୍ମାନିତ କରାଯାଇଥିଲା I ସ୍ଥାନୀୟ ପରିଚାଳନା ସମିତି, ପୂର୍ବଛାତ୍ର ଓ ଶିଶୁ ଭାଇଭଉଣୀମାନଙ୍କ ଦ୍ଵାରା ସମସ୍ତ ଗୁରୁଜୀଗୁରୁମାଙ୍କୁ କରାଯାଇ କାର୍ଯ୍ୟକ୍ରମଟିକୁ ମହାସମାରୋହରେ ପାଳନ କରାଯାଇଥିଲା I ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ଶ୍ରୀଯୁକ୍ତ ଦେବେନ୍ଦ୍ର ଧାକଡଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା I ଶେଷରେ ବିଷ୍ଣୁପ୍ରିୟା ମହାପାତ୍ରଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇଥିଲା। I

Leave A Reply

Your email address will not be published.