ଖୋର୍ଦ୍ଧା 🙁 ସେକ କୌଶର) ଚିଲିକା ବାଲୁଗାଁ ଅଧିନସ୍ଥ ସୀଙ୍ଗେଶ୍ୱର ଗ୍ରାମ ପଞ୍ଚାୟତ ର ଅଧିକାଂଶ ଜମି ଶୁଖି ଫାଟି ପଡିଛି |ଏଠାକାର ଜମି ଗୁଡିକରେ ସାଧାରଣତଃ ଜଳ ସେଚନର ବ୍ୟବସ୍ଥା ନାହିଁ କିମ୍ବା କେନାଲ ପାଣି ସୁବିଧା ନାହିଁ! ଏଠାକାର ଚାଷୀ ପ୍ରାୟତଃ ଆକାଶ ପାଣିକୁ ଚାହିଁ ବସି ଥାନ୍ତି! କେତେ ବେଳେ ଯେ ଇନ୍ଦ୍ର ଦେବତା ବୃଷ୍ଟି କରିବେ, ଏଠାକାର ଜମି ଗୁଡିକ ଶସ୍ୟ ଶ୍ୟାମଳା ରେ ଭରି ଯିବ ଏବଂ ଏଠାକାର ଚାଷୀଙ୍କ ମୁଖରେ ହସ ଫୁଟିବ! କିନ୍ତୁ ଭାଗ୍ୟର ବିଡମ୍ବନା ଏଠାରେ ତାହା ଦେଖିବା ସାତ ସପନ | ସେଥିପାଇଁ ଏଠାକାର ଚାଷୀ ହତାଶ ହୋଇ ପଡିଛନ୍ତି, ଏବଂ ଜମିକଡରେ ବସି ମୁଣ୍ଡରେ ହାତ ଦେଇ ଫାଟି ମେଲା ହୋଇଥିବା ଜମିକୁ ଚାହିଁ ବସୁଛନ୍ତି | ଚାଷୀକୁଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସମସ୍ୟାର ସମାଧାନ ସରକାର ଯଥା ଶୀଘ୍ର କଲେ ଚାଷୀ କୁଳ ଉପକୃତ ହେବ l
Sign in
Sign in
Recover your password.
A password will be e-mailed to you.
Prev Post
Next Post