ବରଗଡ଼- ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ବରଗଡ଼ ବ୍ଲକ୍ ସ୍ତରୀୟ କୌତୁକ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ବରଗଡ଼ ବ୍ଲକ ବରିଷ୍ଠ ବ୍ଳକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କପିଳେଶ୍ବର ରଥ ଓ ଶ୍ରୀମତୀ ଲଜିତା ପ୍ରଧାନ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଦିବ୍ୟକାନ୍ତି ଭୋଇ , ନିଶାମଣି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରୋଜାଲିନ୍ ମିଶ୍ର ଓ ଜର୍ଜ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ ଦାଶ ଉପସ୍ଥିତ ଥିଲେ। କୌତୁକ ପୋଷାକ ପ୍ରତିଯୋଗିତାର ବିଷୟବସ୍ତୁ ଥିଲା “ପାର୍ବତୀ ଗିରି- ପଶ୍ଚିମ ଓଡିଶାର ମଦର ଟେରେସା ” । ଉକ୍ତ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ୧୫ ଜଣ ଓ ବରିଷ୍ଠ ବର୍ଗରେ ୧୦ ଜଣ ଅଂଶଗ୍ରହଣ କରିଥିଲେ। କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କଲେ ଅନ୍ବେଷା ପଣ୍ଡା,ସରକାରୀ ପ୍ରାଥମିକ ବିଦ୍ୟାଳୟ ଶକ୍ତି ନଗର, ଦ୍ୱିତୀୟ ଡୋଲେଶ୍ବରୀ ଭୋସାଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଗୋବିନ୍ଦପାଲି ଓ ତୃତୀୟ ସ୍ଥାନ ଅଧିକାର କଲେ ପ୍ରିନ୍ସ ପଧାନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୁମଗାଁ। ସେହିପରି ବରିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କଲେ ଦୀୟା ଦରଦମେଘ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଗୋବିନ୍ଦପାଲି, ଦ୍ୱିତୀୟ ସାଇନା ଧଳ ନିଶାମଣି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ତୃତୀୟ ସ୍ଥାନ ଅଧିକାର କଲେ ଶୁଭଶ୍ରୀ ସୁନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଷ୍ଟରଟିକ୍ରା । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକଗଣ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। କାର୍ଯ୍ୟକ୍ରମଟି ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜିକା ଶ୍ରୀମତୀ ନମିତା ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଲଜିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post