ଝାରବନ୍ଧ -ମନୋହର ଦାଶ: ନୂଆଖାଇ ପଶ୍ଚିମ ଓଡିଶା ର କୃଷିଭିତ୍ତିକ ଗଣପର୍ବ l ଏହାକୁ ପଶ୍ଚିମ ଓଡିଶା ର ସବୁଠାରୁ ବଡ଼ ପର୍ବ ବା ବଡ଼ଖା ତିହାର ବୋଲି କୁହାଯାଏ l ବରଗଡ଼ ଜିଲ୍ଲା ର ଲୋକେ ମୁଖ୍ୟତଃ କୃଷି ଉପରେ ନିର୍ଭର କରୁଥିବା ବେଳେ ଏହି ପର୍ବ ସମ୍ପୂର୍ଣ ରୂପେ କୃଷିଭିତ୍ତିକ ଅଟେ l ଏଥିରେ ପାରିବାରିକ ସାମାଜିକ ଓ ଆଧ୍ୟାତ୍ମିକ ପ୍ରତିଫଳନ ହୋଇଥାଏ l ପ୍ରକୃତି ପୂଜା ବଡଙ୍କୁ ସମ୍ମାନ କନିଷ୍ଠ ଙ୍କୁ ଆଦର ଓ ଏକତା ବଦ୍ଧ ଜୀବନ ଶୈଳୀ ର ବାର୍ତା ଦେଇଥାଏ l ପ୍ରତ୍ୟେକ ବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚାମୀ ଦିନ ନୂଆଖାଇ ପାଳିତ ହୁଏ l ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ କୁମୀର ପଞ୍ଚାୟତ ସାରମସିଲି ଗ୍ରାମ ରେ ବାରସହ ରୁ ଉର୍ଧ୍ଵ ଲୋକେ ଏକତ୍ରିତ ହୋଇ ନବାନ୍ନ ଏକାସାଥିରେ ଖାଇ ଏକ ନିଆରା ନୂଆଖାଇ ର ଉଦାହରଣ ପେସ କରିଛନ୍ତି l ନିଜ ନିଜ ଘରେ ଇଷ୍ଟ ଦେବଦେବୀ ଙ୍କ ଠାରେ ପୂଜା କରିସାରିବା ପରେ ଗାଁ କୀର୍ତ୍ତନ ମଣ୍ଡଳୀ ତଥା ଗୌନ୍ତିଆ ଭିଖାରି ଚରଣ ସାହୁ ଙ୍କ ଘର ସମ୍ମୁଖ ରେ ସମସ୍ତ ଆବାଳ ବୃଦ୍ଧ ବନୀତା ସମସ୍ତେ ମିଳିତ ଭାବରେ ଦୀର୍ଘ ପନ୍ଦର ବର୍ଷ ଧରି ନବାନ୍ନ ଖାଇ ସମାଜ କୁ ଏକତା ସୂତ୍ର ରେ କିଭଳି ରଖି ହୁଏ ସେ ନେଇ ନିଆରା ବାର୍ତା ଦେଇଥିଲେ l ଏଥି ସହ ଜାତି ଧର୍ମ ନିର୍ବିଶେଷରେ ସମସ୍ତ ଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିଛନ୍ତି l ତେବେ ସାରମସିଲି ଗାଁ ର ନିଆରା ନୂଆଖାଇ ଏବେ ଚର୍ଚ୍ଚା ର ବିଷୟ ହୋଇଥିବା ବେଳେ ବହୁ ଲୋକଙ୍କ ପାଇଁ ପ୍ରେରଣା ଦାୟି ମଧ୍ୟ ହୋଇଛି l ଗୌନ୍ତିଆ ଭିଖାରି ଚରଣ ସାହୁ ଓ ତାଙ୍କ ପତ୍ନୀ ତଥା କୁମୀର ସରପଞ୍ଚ ଯମୁନା ସାହୁ ଙ୍କୁ ଗ୍ରାମବାସି ଫୁଲ ଚନ୍ଦନ ନୂତନ ବସ୍ତ୍ର ପ୍ରଦାନ କରି ମୁଣ୍ଡିଆ ମାରିଥିଲେ l କାର୍ଯ୍ୟକ୍ରମ ର ଉଦ୍ୟୋକ୍ତା ଭିଖାରି ସାହୁ କହିଛନ୍ତି ଯେ ଏହି ଧାରା ଆଗକୁ ମଧ୍ୟ ଜାରି ରହିବ l
Sign in
Sign in
Recover your password.
A password will be e-mailed to you.