ଭୋଟର ତାଲିକାରେ ଆଧାର ନମ୍ବର ସଂଯୋଗୀକରଣ ପାଇଁ ଭୁବନେଶ୍ୱରରେ ସଚେତନତା ରଥବୁଲିଲା ।

0

ସ୍ୱେଚ୍ଛାକୃତଆଧାର-ଫଟୋ ପରିଚୟ ପତ୍ର ସଂଯୋଗୀକରଣପାଇଁ ମତଦାତାମାନଙ୍କୁ ନିବେଦନ କରିବ ରଥ ।

ଭୁବନେଶ୍ୱର : ଭାରତର ନିର୍ବାଚନ କମିଶନ ଅଗଷ୍ଟ ୧ ତାରିଖ,୨୦୨୨ ରୁ ମତଦାତାମାନଙ୍କ ପାଇଁ ଉଦ୍ଦିଷ୍ଟ ମତଦାତା ପ୍ରାମାଣୀକରଣ କାର୍ଯ୍ୟକ୍ରମ (ଇଏପି)ଆରମ୍ଭ କରିଛନ୍ତି । ଏହା ଦ୍ୱାରା ମତଦାତାମାନେ ସେମାନଙ୍କର ଆଧାର ନମ୍ବର କିମ୍ବା ଅନ୍ୟ କୌଣସି ପ୍ରାମାଣିତ କାଗଜାତ ଫର୍ମ ୬ -(ଖ) ଜରିଆରେ ଆବେଦନ କରି ସ୍ୱେଚ୍ଛାକୃତ ଭାବେ ସଂଯୋଗ କରିବେ । ମତଦାତାମାନେ ସଂପୃକ୍ତ ବୁଥସ୍ତରୀୟ ଅଧିକାରୀମାନଙ୍କୁ ଦେଇ ଏହା କରିପାରିବେ କିମ୍ବା ଅନ୍ ଲାଇନ୍ ଜରିଆରେ ଭୋଟର ହେଲ୍ପ ଲାଇନ୍ nvsp.in କିମ୍ବା voterportal.eci.gov.in ରେ ଏହି ଫର୍ମ ଦାଖଲ କରିପାରିବେ । ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଏବଂ ଭୋଟର ତାଲିକାରେ ଯେପରି ନକଲ ବା ଗୋଟିଏ ନାମ ଏକାଧିକ ଥର ଅନ୍ତର୍ଭୁକ୍ତ ନହୁଏ ,ଏହାକୁ ଦୂର କରି ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଏହାର ଲକ୍ଷ୍ୟ ରହିଛି ।
ଏହି ପରିପ୍ରେକ୍ଷୀରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଭୁବନେଶ୍ୱର ଉପଖଣ୍ଡ ଅନ୍ତର୍ଗତ ସହରାଂଚଳର ମତଦାତାମାନଙ୍କର ଆଧାର ନମ୍ବରକୁ ଭୋଟର ପରିଚୟ ପତ୍ର ସହିତ ସଂଯୋଗୀ କରିବା ପାଇଁ ଆଜି ସକାଳେ ଅତିରିକ୍ତ ଜିଲ୍ଲାପାଳ ,ଖୋର୍ଦ୍ଧା ଶ୍ରୀ ମନୋଜ କୁମାର ପାଢୀ, ଉପ ଜିଲ୍ଲାପାଳ,ଭୁବନେଶ୍ୱର ଶ୍ରୀ ଦେବବ୍ରତ ସାହୁଙ୍କ ଉପସ୍ଥିତିରେ ଏକ ସଚେତନତା ରଥକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ରଥ ଭୁବନେଶ୍ୱର ଉପଖଣ୍ଡ ଅନ୍ତର୍ଗତ ୩ ଟି ନିର୍ବାଚନ ମଣ୍ଡଳୀର ଭୋଟରମାନଙ୍କୁ ସ୍ୱେଚ୍ଛାକୃତ ଭାବେ ସେମାନଙ୍କର ଆଧାର ନମ୍ବରକୁ ଭୋଟର ତାଲିକାରେ ସଂଯୋଗୀକରଣ ପାଇଁ ସଚେତନତା ସୃଷ୍ଟି କରିବ। ସହିତ ଏହାର ଶତ ପ୍ରତିଶତ ସଫଳତା ପାଇଁ ସହଯୋଗ ନିମନ୍ତେ ନିବେଦନ କରିବ ।
ଏହି କ୍ରମରେ ଅନ୍ୟ ଏକ ଅଭିଯାନ ସ୍ୱରୂପ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟର ଆବାସିକ ଉନ୍ନୟନ ସଂଘ ଜରିଆରେ ସହରରେ ରହୁଥିବା ଭୋଟରମାନଙ୍କୁ ଏ ଦିଗରେ ସଚେତନ ଓ ଉତ୍ସାହିତ କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା । ଜେଡ୍-୧, ନନ୍ଦନ ବିହାର,ଭୁବନେଶ୍ୱରରେଏକ କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ(ଗୃହ),ନିର୍ବାଚନ, ଶ୍ରୀ ଶତୃଘନ କର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପାଢୀ,ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଭୁବନେଶ୍ୱର ଉପଜିଲ୍ଲାପାଳଶ୍ରୀ ସାହୁ, ସୁପରଭାଇଜର ଏବଂ ବୁଥ୍ ସ୍ତରୀୟ ଅଧିକାରୀ ଓ ଡାଟା ଏଣ୍ଟ୍ରି ଅପରେଟରମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ । ଏହି ଅଭିଯାନଆଗକୁ ଜାରି ରହିବ ବୋଲି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପାଢୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.