ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ପଲ୍ଲୀଟେକନିକ ସାମ୍ନାରେ ପଥଯାତ୍ରୀ ମାନଙ୍କ ସୁବିଧା ପାଇଁ ଲକ୍ଷ ଲକ୍ଷଟଙ୍କା ବ୍ୟୟରେ ଗଢାଯାଇଥିବା ପଥପ୍ରାନ୍ତ ସୁବିଧାକେନ୍ଦ୍ରରୁ ୪ ମାସହେବ ବିଦ୍ୟୁତ ବିଛିନ୍ନ କାରଣରୁ ସନ୍ଧ୍ୟା ପରେ ଏହାର ତାଟି କବାଟ ବନ୍ଦ ରହୁଛି । ଫଳରେ ଗୁରୁତ୍ବପୂର୍ଣ୍ଣ ପଥଯାତ୍ରୀ ମାନଙ୍କ ସୁବିଧା ସୁଯୋଗ ପାଇଁ ଗଢି ଉଠିଥିବା ଏହି କେନ୍ଦ୍ର ଏବେ ପ୍ରହସନରେ ପରିଣତ ହୋଇଛି । ଭୁବନେଶ୍ୱର-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ସଡ଼କପଥ ପାର୍ଶ୍ବରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରକୁ ଭିଆଇପି, ନେତା, ମନ୍ତ୍ରୀ କିମ୍ବା ପ୍ରଶାସନିକ ଅଧିକାରୀମାନେ ବିଶ୍ରାମ ନେବା ସହିତ ଶୈାଚାଳୟ ଓ ପିଇବା ପାଣିର ସୁବିଧା ପାଇବା ଲକ୍ଷ୍ୟନେଇ ଏହି କେନ୍ଦ୍ରଟି ନିର୍ମାଣ ହୋଇଥିଲା । ପ୍ରଶାସନିକ ଅବହେଳା କାରଣରୁ ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଛି । କେନ୍ଦ୍ରରୁ ବିଦ୍ୟୁତ୍ ବିଛିନ୍ନ ରହିଥିବାରୁ ନେତା, ମନ୍ତ୍ରୀ, ଯାତ୍ରୀମାନଙ୍କ ପାଦ ପଡୁନଥିବାବେଳେ କାହା ସ୍ବାର୍ଥରେ ସୁବିଧାକେନ୍ଦ୍ର ନିର୍ମାଣ ହୋଇଥିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, ପଥପ୍ରାନ୍ତ ସୁବିଧାକେନ୍ଦ୍ର ନିର୍ମାଣପାଇଁ ୩.୭ ଏକର ଜମିରେ ୩କୋଟି ଟଙ୍କା ବ୍ୟୟ କରାଯାଇଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭିଡ଼ିଓ କନଫେରନ୍ସି ମାଧ୍ୟମରେ ଲୋକାର୍ପଣ କରିଥିଲେ।ସେତେବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ତତ୍କାଳୀନ ଜିଲ୍ଲାପାଳ ଡ. ଏନ୍ ତିରୁମାଲା ନାୟକ ଏବଂ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ । କିନ୍ତୁ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରକୁ ଅଣଦେଖା କରାଯାଉଛି । ଏଠାରେ ଛୋଟପିଲାଙ୍କ ପାଇଁ ପାର୍କର ସୁବିଧା ସହିତ ଖସଡା ଏବଂ ଦୋଳିର ସୁବିଧା ରହିଛି। ଏହା ବ୍ୟତୀତ ଚାରିଆଡେ ବିଦ୍ୟୁତ୍ ଲାଇଟ୍ ଲାଗି ଅତି ଆକର୍ଷଣୀୟ ହୋଇଥିଲା । ତେବେ ଗତ ଚାରିମାସ ହେବ ପଥପ୍ରାନ୍ତ ସୁବିଧାକେନ୍ଦ୍ର ଉପରୁ ଯାତ୍ରୀ ତଥା ନେତା, ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀମାନେ ମୁହଁ ଫେରାଇଛନ୍ତି। ଏଠାରେ ବିଦ୍ୟୁତ୍ ନଥିବାରୁ ପାନୀୟଜଳ ଏବଂ ଶୈାଚାଳୟ ବ୍ୟବହାର ହୋଇ ପାରୁନାହିଁ। ଏହା ବ୍ୟତୀତ ସନ୍ଧ୍ୟା ହେଲେ ପଥପ୍ରାନ୍ତ ସୁବିଧାକେନ୍ଦ୍ର ଖାଁ ଖାଁ ଦେଖାଯାଉଛି।ପଥପ୍ରାନ୍ତ ସୁବିଧା କେନ୍ଦ୍ରର ତଦାରଖ କରିବାକୁ ଜଣେ ଗାର୍ଡ଼ଙ୍କୁ ନିଯୁକ୍ତି କରାଯାଇଛି। ତେବେ ଏଠାରୁ ବିଦ୍ୟୁତ୍ କିଏ କାଟିଲା, କାହିଁକି କାଟିଲା ତାହାର କୈୖାଣସି ଖବର କାହାପାଖରେ ନାହିଁ। ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ଜିତେନ୍ଦ୍ର କୁମାର ମହାରଣାଙ୍କ ସହ ଯୋଗାଯୋଗ ହୋଇନଥିବା ବେଳେ ବିଦ୍ୟୁତ୍ ବିଭାଗ ଅଧିକାରୀ ଭାଗ୍ୟବାନ ପ୍ରଧାନ ଫୋନ୍ ଉଠାଇନଥିଲେ । ପଥପ୍ରାନ୍ତ ସୁବିଧାକେନ୍ଦ୍ର ଏନ୍ଏସି ଅଧିନରେ ନଥିବା ବେଳେ ପୂର୍ତ୍ତବିଭାଗ ଅଧିକାରୀ ମୁହଁ ଖୋଲୁନଥିବାରୁ ସନ୍ଦେହ ବଢିବାରେ ଲାଗିଛି। ତୁରନ୍ତ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଚାଲୁକରିବାକୁ ସାଧାରଣରେ ଦାବି ହୋଇଛି।
Sign in
Sign in
Recover your password.
A password will be e-mailed to you.