ଚାଷୀମାନଙ୍କୁ ଉପଯୁକ୍ତ ପରିମାଣର ସାର ଯୋଗାଣ ହେଉନଥିବା ନେଇ ଛାତ୍ର କଂଗ୍ରେସର ଅଭିଯୋଗ

0

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ସୋସାଇଟି ମାଧ୍ୟମରେ ସରକରୀ ଦରରେ ଚାଷୀମାନଙ୍କୁ ରାସାୟନିକ ସାର ଯୋଗାଇ ଦେବା ପାଇଁ ସରକାରଙ୍କ ଦ୍ଵାରା ନିଷ୍ପତ୍ତି ନିଆଯାଇଥିବା ବେଳେ ପଞ୍ଜିକୃତ ଚାଷୀମାନଙ୍କ ସଂଖ୍ୟାର ଶତକଡା ୨୦ ଭାଗ କମ ଚାଷୀଙ୍କୁ ସାର ଯୋଗାଇ ଦିଆଯାଉନଥିବା ନେଇ ଓଡ଼ଗାଁ ବ୍ଳକ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ ବିଶୋଇ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଭିଯୋଗ ରଖିଛନ୍ତି । ନିକଟ ନିର୍ବାଚନରେ ଓଡ଼ଗାଁ ବ୍ଳକ ଅଞ୍ଚଳରେ ଥିବା ସୋସାଇଟ ମାନଙ୍କରେ ବିଜୁ ଜନତା ଦଳ ସମର୍ଥିତ ସଭାପତି ମାନେ ଦାଇତ୍ବ ଗ୍ରହଣ କରିଥିବା ବେଳେ ଦୁଃଖ ଓ ପରିତାପର ବିଷୟ ଏହିକି ସରକାରୀ ଦଳର ସମର୍ଥନରେ ଥାଇ ସଭାପତି ମାନେ ଚାଷୀ ମାନଙ୍କୁ ଉପଯୁକ୍ତ ପରିମାଣର ସାର ଯୋଗାଇ ପାରୁନାହାଁନ୍ତି । ଅନ୍ୟ ପକ୍ଷରେ ସରକାର ଚାଷୀଙ୍କ ପାଇଁ କାର୍ଯ୍ୟ କରୁଥିବା ଡିଣ୍ଡିମ ପିଟି ଚାଲିଛନ୍ତି । ଏପରିକି ବ୍ଳକ ସଦର ମହକୁମା ଥିବା ଓଡ଼ଗାଁ ସୋସାଇଟିରେ ୨ହଜାରରୁ ଉର୍ଦ୍ଧ୍ବ ଚାଷୀଙ୍କ ସଦସ୍ୟତା ରହିଥିବା ବେଳେ ମାତ୍ର ୭୦ ବସ୍ତା ସାର ସରକାରୀ ଦରରେ ବିକ୍ରୟ ପାଇଁ ଆସିଛି। ଯାହା ସମୁଦ୍ରକୁ ସଂଖ୍ୟେ । ଚାଷୀ ସୋସାଇଟିକୁ ଧାଇଁଧାଇଁ ନୟାନ୍ତ ହେଲେ ମଧ୍ୟ ସାର ମିଳୁନି । ଏନେଇ ସଭାପତି ବିଭୂ ପ୍ରସାଦ ସାହୁଙ୍କ ଠାରୁ ସେ ଉତ୍ତର ଆହ୍ବାନ କରିଛନ୍ତି । ସୋସାଇଟିର ସଭାପତି, ସଂପାଦକ ନିଜ ଉପରୁ ଦୋଷ ଛଡାଇ ଜିଲ୍ଲା କ୍ରୁଷି ଅଧିକାରୀଙ୍କ ଉପରେ ଦୋଷ ଲଦି ନିରବ ରହିଛନ୍ତି । ତେବେ ପଞ୍ଜିକୃତ ଚାଷୀମାନେ ନିଜ ଅଭାବ ଅସୁବିଧା ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀଙ୍କ ନିକଟରେ ଯଦି ଅଭିଯୋଗ କରିବେ ତେବେ ସଭାପତି ଓ ପଞ୍ଚମାନଙ୍କୁ କାହିଁକି ନିର୍ବାଚିତ କରିବେ ବୋଲି ପ୍ରଶ୍ନ କରିଛନ୍ତି । ଜନପ୍ରତିନିଧି ମାନେ ଗାଁକୁ ଗାଁ ବୁଲି ଲୋକଙ୍କ ଦୁଃଖ ଶୁଣୁଥିବା ପ୍ରଚାର କରୁଥିବା ବେଳେ ଚାଷୀଙ୍କ ସାର କଷ୍ଟକୁ କିପରି ଶୁଣିପାରୁ ନାହାଁନ୍ତି ? ବାହାରୁ ଅଧିକ ଦରରେ ଚାଷୀ ସାର କିଣୁଥିବା ବେଳେ ଚାଷୀଙ୍କୁ ନଦେଇ ବାହାରେ ଅଧିକ ଦରରେ କିକି ଜନତାଙ୍କ ସମ୍ପତ୍ତିକୁ ଲୁଟ କରୁଥିବା ଅଭିଯୋଗ ମଧ୍ୟ କରିଛନ୍ତି । ଏବଂ ସାଧାରଣ ଚାଷୀ ମାନଙ୍କ ବଦଳରେ ଦଳୀୟ ସଦସ୍ୟଙ୍କୁ ପ୍ରାଥମିକତା ଭିତ୍ତିରେ ସାର ବିକ୍ରୟ ହେଉଛି । ଏପରିକି ପାଣ୍ଡେରିପଡା ସୋସାଇଟ ୧ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ ଏବଂ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ  ଲୋକନାଥ ସାହୁଙ୍କ ନିଜ ପଂଚାୟତ ହୋଇଥିଲେ ମଧ୍ୟ ଏଠାରେ ସାରର ଅଭାବ ରହିଛି । କୁରାଳ ସୋସାଇଟିରେ ସମାନ ଅବସ୍ଥା । ତେବେ ଚାଷୀମାନଙ୍କ ଦାୟିତ୍ବ ପାଇଁ ପଦପଦବୀରେ ରହି ସେମାନଙ୍କ ପାଇଁ କାର୍ଯ୍ୟ ନକରି ନିଜର ଫାଇଦା ହାସଲ କରୁଥିବାରୁ ତୁରନ୍ତ ନିଜ ପଦବିରୁ ଇସ୍ତଫା ଦେବାକୁ ଦାବି ରଖିଛନ୍ତି ।

Leave A Reply

Your email address will not be published.