ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡିଶା ଡ୍ରାଇଭର ମହାସଙ୍ଘ ବୈଠକ ଅନୁଷ୍ଠିତ ହୋଇଯାଇଛି l ତେବେ ଏହି ବୈଠକ ପ୍ରତ୍ୟେକ ପଞ୍ଚାୟତ ସ୍ତରୀୟ ପାଳନ ହେଉଥିବାବେଳେ ତୁମ୍ବାଅଣ୍ଡେଇସାହି ଗ୍ରାମ ପଞ୍ଚାୟତ ପକ୍ଷରୁ ମଧ୍ୟ ପାଳନ କରାଯାଇଛି l ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଆଜିର ଦିନକୁ ଡ୍ରାଇଭର ଦିବସ ରୂପରେ ପାଳନ କରାଯାଉଥିବା ବେଳେ ତେବେ ଉକ୍ତ ପଞ୍ଚାୟତର ସଂଘ ସଭାପତି ରାଧାକୃଷ୍ଣ ବାରିକ ଓ ଉପସଭାପତି ଅଜୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା l ଜଗତସିଂହପୁର ବ୍ଲକ ସଭାପତି ରିଙ୍କୁ ଖାଁ, ଉପସଭାପତି ଦେବାଶିଷ ବସ୍ତିଆ, ସମ୍ପାଦକ ଜଗଦୀଶ ସ୍ୱାଇଁ ଓ କୋଷାଧକ୍ଷ ପୀତବାସ ଦାସ ପ୍ରମୁଖ ଉକ୍ତ ବୈଠକରେ ଯୋଗ ଦେଇଥିଲେ l ତେବେ ମହାସଂଘ ତାର ଭାଇଚାରା ବଜାୟ ରଖିବ ଓ କିଭଳି ଭାବରେ ଡ୍ରାଇଭର ମହାସଂଘ ଅନ୍ୟମାନଙ୍କୁ ସହାୟତାର ହାତ ବଢାଇବା ସେ ସଂପର୍କରେ ଆଲୋକପାତ ହୋଇଥିଲା l
Sign in
Sign in
Recover your password.
A password will be e-mailed to you.