ଖୋର୍ଦ୍ଧା/ବାଣପୁର (ସେକ କୌଶର):-ଆଜି ସେପ୍ଟେମ୍ବର ୧ତାରିଖ ଡ୍ରାଇଭର ଦିବସ ହୋଇଥିବା ବେଳେ ଓଡ଼ିଶାର ସମସ୍ତ ଜିଲ୍ଲା ଓ ବ୍ଲକର ସମସ୍ତ ଡ୍ରାଇଭର ମାନେ ଡ୍ରାଇଭର ଦିବସ ପାଳନ କରୁଥିବା ବେଳେ ଏହି ପରିପେଖିରେ ଓଡିଶା ଡ୍ରାଇଭର ମହାସଂଘ ର ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଙ୍ଗ ତରଫରୁ ଡ୍ରାଇଭର ଦିବସ ପାଳନ କରାଯାଇଛି। ବାଣପୁର ସଂଘର ସଭାପତି ବନମାଳୀ ପରିଡା ଉପ ସଭାପତି ସେକ ସୌକତ ସମ୍ପାଦକ ବେଣୁ ଧର ମୁଦୁଲି ଓ ଆଡମିନ ସୂର୍ଯ୍ୟ ନାରାୟଣ ସାହୁ ଶରତ ଚନ୍ଦ୍ର ବଳିୟାର ଶୀଘ୍ର କ ନେତୃତ୍ୱରେ ବାଣପୁର ଅଞ୍ଚଳର ସମସ୍ତ ଡ୍ରାଇଭର ପଲଟନ ପଡ଼ିଆରେ ଥିବା କାର୍ଯ୍ୟାଳୟ ଠାରେ ଏକ ସାଧାରଣ ସଭା କରିଥିଲେ। ତାପରେ ବାଇକ ରାଲି ଶୋଭାଯାତ୍ରାରେ ବାହାର କରି ବାଣପୁର ସହର ପରିକ୍ରମା କରିବା ସହ ମା ଭଗବତୀଙ୍କ ପୀଠରେ ଏକତ୍ରିତ ହୋଇ ମାଙ୍କୁ ଦର୍ଶନ କରିବା ସହିତ ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡା, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ,ବାଣପୁର ମେଡିକାଲ ଇନଚାର୍ଜ ରମାକାନ୍ତ ନାୟକ ଙ୍କୁ ସମ୍ମଧନା କରିଥିଲେ। ଆଘକୁ କେମିତି ବାଣପୁର ବ୍ଲକ ଶାଖାର ସମସ୍ତ ଡ୍ରାଇଭର ମାନେ ନିଶ୍ୱାର୍ଥପର ଭାବରେ ସମାଜ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବେ ବୋଲି ଡ଼୍ରାଇଭର ସମସ୍ତ ସଦସ୍ୟ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post