ଜଗତସିଂହପୁର/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ର ୨୯ ଟି ପଂଚାୟତରେ ବିଦ୍ୟାଳୟ, ସରକାରି ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ବିଘ୍ନ ବିନାଶକ ପ୍ରଭୁ ଗଜାନନ ଗଣେଶଙ୍କ ପୂଜାର୍ଚନା ମହା ଆଡମ୍ବରରେ ପାଳନ ହୋଇଯାଇଛି l ତିର୍ତ୍ତୋଲ, ତେନ୍ତୁଳିପଦା, ମଣିଜଙ୍ଗା ର ମହାବିନାୟକ ଯୁବକ ସଙ୍ଘ, ସାମନ୍ତରାପୁର, ପୋରଗଦେଇ, ଗୋପାଳପୁର, ଗୋପାଳପୁର (ସ) ଆଦି ବିଭିନ୍ନ ପଞ୍ଚାୟତରେ ପୂଜାର୍ଚନା ଅନୁଷ୍ଠିତ ହୋଇଯାଇଛି l ତିର୍ତ୍ତୋଲ ଜଗନ୍ନାଥ କମ୍ପୁଟର ବ୍ୟବସାୟ ପ୍ରତିଷ୍ଠାନ, କନିମୁଳ ପଞ୍ଚାୟତ ର ନାରୀଜଙ୍ଗ, କନିମୁଳ, ଗଇଠିପୁର, ମତ୍ତଗଜପୁର,ରାହୁରା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ମତ୍ତଗଜପୁର ଗ୍ରାମର ଗଜାନନ ପୂଜା କମିଟି ଆନୁକୂଲ୍ୟରେ ମା ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚନା ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୂଜକ ପ୍ରଭାତ କୁମାର ପଣ୍ଡା ଯୋଗଦେଇ ପୂଜାର୍ଚନା କରିଥିବାବେଳେ କର୍ତ୍ତା ଭାବେ କମିଟିର ସଭାପତି ସୁରଜ ରଞ୍ଜନ ରାଉତ ଦାୟିତ୍ୱ ତୁଲାଇଥିଲେ. ହୋମ ଯଜ୍ଞ, ଘୃତ ଯଜ୍ଞ ଆଦି ବିବିଧ ମାଙ୍ଗାଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏହି ପୂଜାମଣ୍ଡପରେ ଅତିଥି ଭାବେ ତିର୍ତ୍ତୋଲ ୧ ନମ୍ବର ଜୋନ ର ପୂର୍ବତନ ଜ଼ିଲ୍ଲାପରିଷଦ ତଥା ତିର୍ତ୍ତୋଲ ବ୍ଲକ ବିଜେଡି ଉପସଭାପତି ସନାତନ ଦଳାଇ, କନିମୁଳ ପଂଚାୟତ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ଦାସ, ଜ଼ିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ ରାଉତ, ଯୁବ ସଂଗଠକ ଶିବଶଙ୍କର ସ୍ୱାଇଁ, ନାରାୟଣ ରାଉତ, ସାମ୍ବାଦିକ ରଞ୍ଜନ ଖୁଣ୍ଟିଆ, ଅଖିଲ ଦାସ, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ରଶ୍ମିରଂଜନ ମହାନ୍ତି, ବେନୁ ଚରଣ ନାୟକ, ଲୋକନାଥ ମହାନ୍ତି, ବିକାଶ ମଲ୍ଲିକ ପ୍ରମୁଖ ଯୋଗ ଦେଇ କମିଟି ର କର୍ମକର୍ତ୍ତା ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ. କମିଟି ର ସମ୍ପାଦକ ଆଶୁତୋଷ ପଣ୍ଡା, କୋଷାଧକ୍ଷ ଉଦିତ ନାରାୟଣ ପଣ୍ଡା, ବିଶ୍ୱଜିତ ମଲ୍ଲିକ, ସର୍ବେଶ୍ୱର ରାଉତ, ଦୁର୍ଗା ପ୍ରସାଦ ମହାନ୍ତି, ରାକେଶ ଦାସ, ପ୍ରେମାନନ୍ଦ ମହାପାତ୍ର, ପଙ୍କଜ ମହାପାତ୍ର, ସତ୍ୟଜିତ ମଲ୍ଲିକ, ସାଇ ପ୍ରସାଦ ପଣ୍ଡା, ନରେଶ ଦାସ, ସୌମ୍ୟ ରଞ୍ଜନ ରାଉତ, ଅମ୍ଲାନ ମହାନ୍ତି, ଜଗଦୀଶ ପଣ୍ଡା, ଲୋକନାଥ ପଣ୍ଡା, ତ୍ରିପୁରାନ୍ତକ ପଣ୍ଡାଙ୍କ ସମେତ ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ l ସମସ୍ତ ଶ୍ରଦ୍ଧାଳୁ ଉପସ୍ଥିତ ରହି ପୂଜାର୍ଚନା କରିବା ସହିତ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.