ମରଣ ଯନ୍ତା ପାଲଟିଛି ଜଗଦଲପୁର ଠାରୁ ପଦ୍ମପୁର ରାସ୍ତା l

0

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଠାରୁ ଶୁକଲିପାହାଡ଼, ସରେକେଲା, ଧୂମାଭଟା ପଦ୍ମପୁର ରାସ୍ତା ଟି ମରଣ ଯନ୍ତା ପାଲଟିଛି l ରକ୍ଷଣା ବେକ୍ଷଣ ଅଭାବ ରୁ ଦୀର୍ଘ ଦିନ ଧରି ରାସ୍ତା ର ବିଭିନ୍ନ ସ୍ଥାନ ରେ ପିଚୁ ପଥର ମେଟାଲ ଉଠି ଖାଲ ଖମା ହୋଇ ପରିତ୍ୟକ୍ତ ଅବସ୍ଥା ରେ ପଡି ରହିଛି l ସାମାନ୍ୟ ବର୍ଷା ହେଲେ ଖାଲ ଖମା ରାସ୍ତା ମାନଙ୍କ ରେ ପାଣି ଜମି ରହୁଛି l ଏହି ଭଳି ଥିବା ଫଳ ରେ ବିଭିନ୍ନ ସମୟ ରେ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି l ଏହି ରାସ୍ତା ଛତିଶଗଡ ଅଞ୍ଚଳ ରାଇପୁର କୁ ଶହ ଶହ ଟ୍ରକ ଯିବା ଆସିବା କରିଥାଏ l ବାଣୀଜ୍ୟ ବ୍ୟବସାୟ ଦୃଷ୍ଟି ରୁ କଣ୍ଟା ବାଞ୍ଜି, ବଲାଙ୍ଗୀର ଟ୍ରକ ଗୁଡିକ ଯାତାୟାତ କରିଥାଏ l ଏହି ରାସ୍ତା ବର୍ତ୍ତମାନ ମରଣ ଯନ୍ତା ପାଲଟି ଥିବାରୁ ଅଞ୍ଚଳ ର ଲୋକେ ଯିବା ଆସିବ ପାଇଁ ନାହିଁ ଣ ଥିବା ଅସୁବିଧା ସମ୍ମୁଖୀନ ହୋଇ ଦୁର୍ଦଷା ଭୋଗୁଛନ୍ତି l ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜଗଦଳପୁର ଆଦିବାସୀ ଅଦ୍ଧ୍ୟୁଷିତ ଉପାନ୍ତ ଦୁର୍ଗମ ଅଞ୍ଚଳ ଜଗଦଳପୁର ଠାରୁ ପଦ୍ମପୁର ପର୍ଯ୍ୟନ୍ତ ରାସ୍ତା ପରିତ୍ୟକ୍ତ ଅବସ୍ଥା ରେ ପଡି ରହିଛି l ଏହି ରାସ୍ତା ପାଇକମାଳ ପଦ୍ମପୁର ବ୍ଲକ ଦେଇ ଜିଲ୍ଲା ସଦର ମହାକୁମା ବରଗଡ଼ ବୁର୍ଲା ସଂଯୋଗ କରୁଥିବାରୁ ଲୋକେ ସ୍ୱାସ୍ଥ, ଶିକ୍ଷା, ବାଣୀଜ୍ୟ ବ୍ୟବସାୟ ଏବଂ ବିଭିନ୍ନ ଯାନବାହନ ରେ ଯିବା ଆସିବା କରନ୍ତି l ଅଞ୍ଚଳ ର ଗର୍ଭବତୀ ମହିଳା ଙ୍କୁ କିମ୍ବା ଅକସ୍ମାତ କାହାର ଦୁର୍ଘଟଣା ଘଟିଲେ ସୋଚନୀୟ ରାସ୍ତା ରେ ଆମ୍ବୁଲାନ୍ସ ଆସିବାରେ ବିଳମ୍ୱ ହୋଇଥାଏ ବିଭିନ୍ନ ସମୟ ରେ ବିଭାଗୀୟ କର୍ମଚାରୀ ଏବଂ ଉଚ୍ଚ ଜନପ୍ରତିନିଧି ମାନେ ଏହି ପରିତ୍ୟକ୍ତ ଅବସ୍ଥା ରେ ପଡିରହିଥିବା ରାସ୍ତା ରେ ଯିବା ଆସିବା କରୁଥିଲେ ମଧ୍ୟ ରାସ୍ତା ମରାମତି କରିବା ପାଇଁ ତତ୍ପରତା ଦେଖାଉ ନ ଥିବାରୁ ଅଂଚଳ ର ଜନସାଧାରଣ ଠାରୁ ଆରମ୍ଭ କରି ସ୍ଥାନୀୟ ଜନପ୍ରତିନିଧି ଓ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ପରି ଲକ୍ଷିତ ହେଉଛି l ବିଭାଗୀୟ ଅଧିକାରୀ ଏବଂ ପ୍ରସାଶନ ଏହି ରାସ୍ତା ପ୍ରତି ଦୃଷ୍ଟି ଦେଇ ମରାମତି ପାଇଁ ଦାବି କରିଛନ୍ତି ଅଞ୍ଚଳ ବାସୀ l ଏ ବିଷୟ ନେଇ ପୂର୍ତ୍ତବିଭାଗ କନିଷ୍ଟ ଯନ୍ତ୍ରୀ ଙ୍କୁ ଆମ ସାଶକପ୍ରଶାସକ ପକ୍ଷ ରୁ ପଚାରିବାରୁ ଜଗଦଳପୁର ରାସ୍ତା ଡବଲ ରାସ୍ତା ନିମନ୍ତେ ସର୍ଭେ କାର୍ଯ୍ୟ ସମାପ୍ତ ହୋଇ ଟେଣ୍ଡର ପ୍ରକ୍ରିୟା କରାଯାଇ ନୂତନ ଭାବରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କୁହାଯାଇଛି l

Leave A Reply

Your email address will not be published.