ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ରବିବାର ଗଠିତ ହୋଇଯାଇଛି। ବୈଠକରେ ରାଜ୍ୟ ସଂଘ ପକ୍ଷରୁ ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ଶ୍ରୀ ସୁଦାମ ଦଳବରା ଉପସ୍ଥିତ ରହି ନିର୍ବାଚନ ସାଙ୍ଗଠନିକ ପ୍ରକ୍ରିୟାକୁ ସଂଯୋଜନା କରିଥିଲେ । ନବ ନିର୍ବାଚିତ ପ୍ରତିନିଧି ଭାବେ ସଭାପତି ଶ୍ରୀ ଉମା ଶଙ୍କର ସ୍ଵାଇଁ , ସମ୍ପାଦକ ମାଧବାନନ୍ଦ ସ୍ଵାଇଁ କୋଷାଦକ୍ଷ ଶୁଭେନ୍ଦୁ ଗୌଡ଼ କାର୍ଯ୍ୟକାରୀ ସଭାପତି ନୀଳମାଧବ ରଥ ,ଜିତେନ୍ଦ୍ର ସାହୁ କୈଳାସ ଗୌଡ଼ ,ସି. ମୀରା ପାତ୍ର ନିର୍ବାଚିତ ହେବା ସହ ଅନ୍ୟାନ୍ୟ ପଦବୀ ଗୁଡିକ ପାଇଁ ନିର୍ବାଚନ କରାଇଥିଲା ।ବର୍ତ୍ତମାନର ପରିସ୍ଥିତିରେ ସଂଘର କ’ଣ ଆବଶ୍ୟକତା ରହିଛି ଶ୍ରୀ ଦଳବରା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୁଝାଇବା ସହ ଆଗାମୀ ଦିନରେ ଆମ୍ଭମାନଙ୍କର ରହିଥିବା ନିର୍ଯ୍ୟା ଦାବୀ ଓ ପୁରୁଣା ପେନସନ ଭଳି ଦାବିକୁ ହାସଲ କରିବା ପାଇଁ ତୃଣମୂଳ ସ୍ତରରୁ ସଙ୍ଗଠିତ ହେବାକୁ ପଡିବ ବୋଲି ପରାମର୍ଶ ଦେଇଥିଲେ । ତତ୍ସହିତ ନୂତନ ଭାବରେ ନିୟମିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post