ମଦ୍ୟପ ଶିକ୍ଷକଙ୍କ ମାଡରେ ୨୦ ଛାତ୍ରଛାତ୍ରୀ ଲହୁ ଲୁହାଣ : ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି, ଥାନାରେ ଅଭିଯୋଗ,

0

ଶିକ୍ଷକଙ୍କ ବହିଷ୍କାର ଗ୍ରାମବାସୀଙ୍କ ଦାବୀ, ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଇଓ ପହଞ୍ଚି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଲୁଧିଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା ମଦ୍ୟପାନ କରି ମାତାଲ ଅବସ୍ଥାରେ ଅନ୍ୟ ଏକ ବିଦ୍ୟାଳୟ ଡେଙ୍ଗା ସଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ବିନା କାରଣରେ ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ୨ଟି ବାଉଁଶ ବାଡିରେ ଆଖିବୁଜା ମାଡ ମାରି ଲହୁ ଲୁହାଣ କରିଥିଲେ। ଏହି ସମୟରେ କିଛି ଶିକ୍ଷକ ବୁଝାସୁଝା କରିବାକୁ ଆସିଥିବା ବେଳେ ସେମାନଙ୍କୁ ମଧ୍ୟ ମାଡ ମାରିଥିଲେ।
ପିଲାମାନଙ୍କର ଅବିଭାବକ ମାନେ ଏହି ଘଟଣା ଜାଣିବା ପରେ ନିଜ ନିଜର ପିଲାମାନଙ୍କୁ ୨ଟି ଅଟୋରେ ନେଇ ଆସି ଅଡବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପିଲାମାନଙ୍କର ଗୋଡ , ହାତ , ଛାତି ଓ ମୁଣ୍ଡରେ ଆଘାତ ଲାଗିଛି। ଖବର ପାଇ ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବଦାସ ତାମରାପୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କଠାରୁ ସମସ୍ତ ବୟାନ ନେଇଛନ୍ତି। ମଦ୍ୟପ ଶିକ୍ଷକ ବେହେରାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

Leave A Reply

Your email address will not be published.