ମୋର୍ ରିଟେଲ୍ ପକ୍ଷରୁ ଝାରସୁଗୁଡ଼ାର ପ୍ରଥମ ମୋର୍ ହାଇପର୍‌ମାର୍ଟର ଶୁଭାରମ୍ଭ

0

ସହରରେ ସର୍ବୋତମ ମୂଲ୍ୟରେ ଉତ୍ପାଦ ଯୋଗାଇଦେଉଥିବା ବଡ଼ ଧରଣର ଖାଦ୍ୟ ଏବଂ ଗ୍ରୋସରୀ ଷ୍ଟୋର

ଝାରସୁଗୁଡ଼ା: ଭାରତର ଅଗ୍ରଣୀ ଫୁଡ୍ ଓ ଗ୍ରୋସରୀ ରିଟେଲର୍ ମୋର୍ ରିଟେଲ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆଜି ଓଡିଶାର ଝାରସୁଗୁଡାର ସର୍‌ବାହାଲ ରୋଡ୍‌ଠାରେ ଏହାର ପ୍ରଥମ ମୋର୍ ହାଇପର୍‌ମାର୍ଟର ଶୁଭାରମ୍ଭ ଘୋଷଣା କରାଯାଇଛି । ଝାରସୁଗୁଡାଠାରେ ଏହି ମୋର୍ ହାଇପର୍‌ମାର୍ଟ ହେଉଛି ବୃହତ୍ ଷ୍ଟୋର୍ ଫର୍ମାଟ୍‌ରେ ଦେଶରେ ୪୧ତମ ମୋର୍ ଷ୍ଟୋର୍ ଏବଂ ରିଟେଲରଙ୍କ ପାଇଁ ଓଡିଶାରେ ୨ୟ ଷ୍ଟୋର୍ ।
ଏହି ଷ୍ଟୋର୍‌କୁ ଅଗଷ୍ଟ ୨୪ ତାରିଖ ୨୦୨୨ରେ ଶ୍ରୀଯୁକ୍ତ ନବକିଶୋର ଦାସ(ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ, ଓଡ଼ିଶା)ଙ୍କ ଦ୍ୱାରା କମ୍ପାନୀର ଅଧିକାରୀ ଶ୍ରୀ ଲକ୍ଷ୍ମଣ ନାଗର (ବିଜ୍‌ନେସ୍ ଡାଇରେକ୍ଟର), ରାଜୀବ ସୁନ୍ଦରାମ(ଭିପି ମର୍ଚ୍ଚାଡାଇଜିଙ୍ଗ), ଚିରଞ୍ଜିତ ମନ୍ଧାତା (ରିଜିଓନାଲ ଅପରେଶନ୍ସ ମ୍ୟାନେଜର) ଏବଂ ଚନ୍ଦନ କୁମାର(ଷ୍ଟୋର୍ ମ୍ୟାନେଜର)ଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରାଯାଇଛି ।
ଝାର୍‌ସୁଗୁଡାଠାରେ ଏହି ମୋର୍ ହାଇପର୍‌ମାର୍ଟ ୨୦,୦୦୦ ବର୍ଗଫୁଟ୍ ଅଂଚଳରେ ପରିବ୍ୟାପ୍ତ ରହିଛି ଏବଂ ଏହା ଗ୍ରୋସରୀ, ହୋମ୍ ଏସେନ୍ସିଆଲ୍ସ, ପ୍ୟାକେଜ୍‌ଡ ଫୁଡ୍‌, ଫଳ ଓ ପନିପରିବା, ଜେନେରାଲ ମର୍ଚ୍ଚାଣ୍ଡାଇଜ୍‌, ଫୁଟ୍‌ୱେଆର ଓ ପୋଷାକ ଆଦିର ଏକ ବିସ୍ତୃତ ରେଞ୍ଜ୍ ପ୍ରଦାନ କରୁଛି । ମାସିକିଆ ସପିଙ୍ଗ୍‌ରେ ଥିବା ପ୍ରମୁଖ ଜରୁରୀ ସାମଗ୍ରୀଗୁଡିକୁ କମ୍ ମୂଲ୍ୟରେ ଦିଆଯାଉଛି, ଯାହାକି ସହରରେ ଥିବା ଅନ୍ୟ ଷ୍ଟୋର୍‌ଗୁଡିକ ତୁଳନାରେ ମୋର୍ ହାଇପର୍‌ମାର୍ଟରେ ମନ୍‌ଥଲି ବାସ୍କେଟ୍‌କୁ ଅଧିକ ସୁଲଭ କରୁଛି ।
ଏହି ଷ୍ଟୋର୍ ସବୁଦିନ ସକାଳ ୮.୩୦ରୁ ରାତି ୯.୩୦ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହା ପରିସରରେ ମାଗଣାରେ ପାର୍କିଙ୍ଗ୍ ପାଇଁ ସୁବିଧା ରହିଛି ।
ଏହି ଅବସରରେ ହାଇପର୍‌ମାର୍କେଟ୍‌ସର ଡେପୁଟୀ ଏମ୍‌ଡି ଓ ସିଇଓ ମୋହିତ୍ କମ୍ପାଣି କହିଛନ୍ତି, “ଆମେ ଝାରସୁଗୁଡାରେ ଆମର ପ୍ରଥମ ମୋର୍ ହାଇପର୍‌ମାର୍ଟର ଶୁଭାରମ୍ଭ କରି ଖୁସି ଅନୁଭବ କରୁଛୁ । ମୋର୍ ହାଇପର୍‌ମାର୍ଟରେ ଆମେ ପ୍ରତିଦିନ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସଂଚୟକୁ ଗଣତାନ୍ତ୍ରିକ କରିବାରେ ବିଶ୍ୱାସ ରଖିଥାଉ । ଏହି ଉଦ୍ଦେଶ୍ୟକୁ ଧ୍ୟାନରେ ରଖି, ଆମେ ସମସ୍ତ ଉତ୍ପାଦଗୁଡିକ ଉପରେ ଏକ ସର୍ବନିମ୍ନ ରିହାତି ପ୍ରଦାନ କରିବା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘରୋଇ ସାମଗ୍ରୀ ସାମିଲ ଥିବା ମନ୍ଥଲି ବାସ୍କେଟ୍ ଉପରେ ସର୍ବନିମ୍ନ ମୂଲ୍ୟ ସୁନିଶ୍ଚିତ କରିବା ଦିଗରେ ପ୍ରୟାସ କରୁଛୁ । ଆମର ଷ୍ଟୋର୍‌ଗୁଡିକ ଦେଶବ୍ୟାପୀ ସପର୍‌ଙ୍କଠାରୁ ଏକ ଚମତ୍କାର ପ୍ରତିକ୍ରିୟା ହାସଲ କରିଛି ଏବଂ ମୁଁ ନିଶ୍ଚିତ ଯେ, ଝାରସୁଗୁଡାର ଲୋକମାନେ ମଧ୍ୟ ଆଗାମୀ ଦିନରେ ଆମ ଷ୍ଟୋର୍ ପାଇଁ ସମାନ ଭଲ ପାଇବା ଓ ସ୍ନେହ ପ୍ରଦର୍ଶିତ କରିବେ ।”
ବର୍ତମାନ ମୋର୍ ହାଇପର୍‌ମାର୍ଟର ଦେଶବ୍ୟାପୀ ୧୮ଟି ସହରରେ ୪୧ରୁ ଅଧିକ ଷ୍ଟୋର୍ ରହିଛି ।

Leave A Reply

Your email address will not be published.