ବାଲେଶ୍ଵର ଖଇରା (ବୁଲୁ ଲେଙ୍କା ): ପୁଣି ଥରେ ଓଡ଼ିଶା ପ୍ରଦେଶରେ କଂଗ୍ରେସକୁ ସଙ୍ଗଠିତ କରିବା ଏବଂ ଚଳଚଂଚଳ କରିବାକୁ ଅଭିଯାନ ଆରମ୍ଭ ହୋଇଛି। ଏନେଇ ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ପୂର୍ବ ଗୌରବ ଫେରାଇବାକୁ ଚାଲିଛି ଜୋରଦାର ଉଦ୍ୟମ। ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ନେତୃତ୍ବରେ ଆରମ୍ଭ ହୋଇଛି ଅଭିଯାନ। ସିମୁଳିଆ ନିର୍ବାଚନ ମଣ୍ଡଳୀରେ ଗାଁ ଗହଳି ଠାରୁ ଆରମ୍ଭ କରି ହାଟ ବଜାର ବିଭିନ୍ନ ସ୍ଥାନ ମାନଙ୍କରେ ପଥପ୍ରାନ୍ତ ସଭା ଓ ଲୋକ ମାନଙ୍କୁ ସଚେତନତାର ବାର୍ତ୍ତା ଜାରି ରଖିଥିବା ବେଳେ ପୁଣି କଂଗ୍ରେସକୁ ଗତିଶୀଳ କରାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରହିଛି।ଏହି ଅଞ୍ଚଳରେ କଂଗ୍ରେସ ପ୍ରତି ଲୋକମାନଙ୍କର ଭଲ ପାଇବା ଓ ଆଦର ବଢୁଥିବା ଲକ୍ଷ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଦଳ ପ୍ରତି ଜନସମର୍ଥନ ବୃଦ୍ଧି ପାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖଇରା ବ୍ଲକ ଯୁବ କଂଗ୍ରେସ ସଭାପତି ନିରଞ୍ଜନ ପରିଡା, ବ୍ଲକ କଂଗ୍ରେସ ଉପ ସଭାପତି ମଦନମୋହନ ମହାପାତ୍ର ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଅହେତୁକ ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା, ବେରୋଜଗାରୀ,ବିବାଦୀୟ ଅଗ୍ନିପଥ ଯୋଜନା ବିରୁଦ୍ଧରେ ଲୋକମାନଙ୍କୁ ସଚେତନ କରାଇଥିଲେ। ଏଥିରେ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ମାନେ ସାମିଲ ହୋଇ ବିଭିନ୍ନ ସ୍ଥାନରେ ବୁଲି ବୁଲି ପଥପ୍ରାନ୍ତ ସଭା କରୁଥିବା ସହିତ
ସିମୁଳିଆ ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଅଡା, ମାର୍କୋଣା , ବରୀ,ଜାମୁଝାଡି, ଗରସଙ୍ଗ ଏବଂ ଅନ୍ତରା ବଜାର ଠାରେ ପଥପ୍ରାନ୍ତ ସଭା କରିବା ସହିତ ସରକାରଙ୍କର ଜନ ମାରଣ ନୀତି ବିରୁଦ୍ଧରେ ସଚେତନ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ତରା ପଞ୍ଚାୟତ ର କଂଗ୍ରେସ କର୍ମୀ ଲକ୍ଷ୍ମୀଧର ମହାପାତ୍ର, ସନାତନ ବେହେରା ଦିନବନ୍ଧୁ ଯେନା, ଶୁକଦେବ ନାୟକ, ଦେବାଶିଷ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସିମୁଳିଆ ବ୍ଲକ କଂଗ୍ରେସ ସଭାପତି ସମେତ ବହୁ କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post