ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ “ମହଙ୍ଗାଇ ପର ଚର୍ଚ୍ଚା କାର୍ଯ୍ୟକ୍ରମ”

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ପେଟ୍ରୋଲ, ଡିଜେଲ୍, ଇନ୍ଧନ ଗ୍ୟାସ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ତଥା ଉତ୍କଟ ବେକାରୀ ସମସ୍ୟା ବିରୋଧରେ “ମହଙ୍ଗାଇ ପର ଚର୍ଚ୍ଚା କାର୍ଯ୍ୟକ୍ରମ” ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ ସଭାପତି ନଟବର ବାରିକଙ୍କ ନେତୃତ୍ବରେ ଏକ ପ୍ରତିବାଦ ସଭା ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପିତେଇପୁର ପଞ୍ଚାୟତର କନକ ଦୁର୍ଗା ହାଟଠାରେ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ମହମ୍ମଦ ସମ୍ମିମ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପିସିସି ସମ୍ପାଦକ ତଥା ପୂର୍ବତନ ପୌରାଧକ୍ଷ ବିପ୍ଳବ ଚୌଧୁରୀ, ବ୍ଲକ କଂଗ୍ରେସ ସଭାପତି ଅଦ୍ଵୈତ ଚରଣ ଜେନା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ,ସମିତି ସଭ୍ୟ ହିମାଂଶୁ ଭୂଷଣ ପରିଡା, ପୂର୍ବତନ ସରପଞ୍ଚ ସୟଦ ବଦିରୁଦ୍ଦିନ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ପଞ୍ଚାୟତ କଂଗ୍ରେସ ସଭାପତି ସେଖ ହେଦାୟତ ଅଲ୍ଲୀ ( ହେଦୋ ଭାଇ), ଯୁବନେତା ମହମ୍ମଦ ମାଜିଦ୍,ଝାଟୁ ବେହେରା, ଅବଦୁଲ ସକୁର, ଯୁବନେତା ହିଫଜୁଲ ରହେମାନ,ସୟଦ ନୁର ଇଲାହି, କୈଳାସ ଚନ୍ଦ୍ର ମହାନ୍ତି,ସେଖ ଗୁଫରାନ ଅଲ୍ଲୀ,ସେଖ ଓ୍ବାସକ ଅଲ୍ଲୀ, ସୁରେନ୍ଦ୍ର ନାୟକ, ପ୍ରଶାନ୍ତ ଦାସ, ତ୍ରିଲୋଚନ ସ୍ବାଇଁ,ବିକ୍ରମ ମହାରଣା, ବୁଲେଇ ଭୋଇ ପ୍ରମୁଖ ନେତୃମଣ୍ଡଳୀ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ଜନସାଧାରଣମାନଙ୍କୁ ଜନସଚେତନତା କରାଇଥିଲେ ।

Leave A Reply

Your email address will not be published.