ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଯାପିତ

0

ପଦ୍ମପୁର:- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁର ସଂକୁଳ ର ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଆଜି ଉଦଯାପିତ ହୋଇଯାଇଛି । ମାନନୀୟ ଶ୍ରୀଯୁକ୍ତ ଦ୍ୱାଦଶ କୁମାର ପଧାନ ସଂକୁଳ ପ୍ରମୁଖ ଦୀପ ପ୍ରଜ୍ୱଳନ ପୂର୍ବକ ପୂଷ୍ପାର୍ଚ୍ଚନା କରି କୃତି ଭାଇ ଭଉଣୀ ମାନଙ୍କୁ ପୁରସ୍କୃତ କରି ମାର୍ଗ ଦର୍ଶନ ପୂର୍ବକ ଉଦଯାପନ ଘୋଷଣା କରିଥିଲେ ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଜ୍ଞାନ ପ୍ରମୁଖ ମମତା ଗୁରୁମା ବୃତ୍ତ କଥନ କରିଥିବା ବେଳେ ଚୈତନ୍ୟ ଗୁରୁଜୀ ବିଦ୍ୟାମନ୍ଦିର ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଜ୍ଞାନ ବିଜ୍ଞାନ ମେଳାରେ ସଂକୁଳ ରୁ ୧୮୮ ଜଣ ପ୍ରତିଭାଗୀ ପ୍ରକଳ୍ପ ପ୍ରଦର୍ଶନ, ପ୍ରଶଂମଞ୍ଚ,ପ୍ରୟୋଗ, ପତ୍ରବାଚନ ଓ ନିର୍ବନ୍ଧ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ ସେଥିରୁ ୪୫ ଜଣ ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା କୁ ଉନ୍ନିତ ହୋଇଥିଲେ ।ଉଦଘାଟନୀ ଦିବସରେ କିଶୋର ବର୍ଗ ର ବିଭିନ୍ନ ପ୍ରଶ୍ନମଞ୍ଚ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ କୁ ୧୭ ଜଣ ପରିଚାଳକ ପରିଚାଳନା କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।

Leave A Reply

Your email address will not be published.