ଭୁବନେଶ୍ୱର – ଦେଶ ଏବେ ପାଳନ କରୁଛି ସ୍ୱାଧୀନତା ୭୫ ବର୍ଷ ପୂର୍ତି ଉତ୍ସବ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କର ତ୍ୟାଗପୂତ ବଳିଦାନ ଫଳରେ ଆମକୁ ମିଳିଥିବା ସ୍ୱାଧୀନତା ଓ ଭାରତର ଗଣତନ୍ତ୍ର ପ୍ରତି ସଂପ୍ରତି ଆହ୍ୱାନ ସୃଷ୍ଟି ହୋଇଛି । ମହାମନିଷୀ ମାନଙ୍କର ଅବଦାନକୁ ନ୍ୟୁନ କରିବାପାଇଁ ଏବେ ଅପଚେଷ୍ଟା ଚାଲିଛି । ହେଲେ ଏ ଜାତି ସେ ମହାପୁରଷ ମାନଙ୍କର ବଳିଦାନକୁ କେବେବି ଭୁଲି ପାରିବ ନାହିଁ ବୋଲି ପ୍ରଦେଶ କଂଗ୍ରେସ କମିଟି ତରଫରୁ ଆୟୋଜିତ ଏକ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।
ପିସିସି ପକ୍ଷରୁ ୭୬ତମ ବର୍ଷ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ବିଭାଗରେ ଯଥା ପ୍ରବନ୍ଧ, ବିର୍ତକ ଓ ସ୍ପଷ୍ଟ ପେଂଟିଙ୍ଗ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଯୋଗ୍ୟ ବିବେଚିତ ହୋଇଥିବା ୪୬ ଜଣ କୃତି ପ୍ରତିଯୋଗୀଙ୍କୁ ଆଜି ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ପିସିସି ତାଲିମ ବିଭାଗ ମୁଖ୍ୟ ଶ୍ରୀ ଶୁଭେନ୍ଦୁ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ,ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବରିଷ୍ଠ କଂଗ୍ରେସ ନେତା କିଶୋର ଜେନା ପ୍ରମୁଖ ଉଦ୍ବୋଧନ ଦେଇ କଷ୍ଟଲବ୍ଧ ସ୍ୱାଧୀନତା ସୁରକ୍ଷା ଦାୟୀତ୍ୱ ଭବିଷ୍ୟତ ବଂଶଧରଙ୍କ ହାତରେ ବୋଲି କହିବା ସହ ଏହାର ମର୍ଯ୍ୟାଦା ରକ୍ଷାପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଡ. ଲଲାଟେନ୍ଦୁ ମହାପାତ୍ର, ବିସ୍ମୟ ମହାପାତ୍ର, ଦୀପକ ସାହୁ ଓ ଗିରିଜା ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମିହିର ଆଚାର୍ଯ୍ୟଙ୍କୁ ଶ୍ରେଷ୍ଟ ସ୍ୱେଚ୍ଛାସେବୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ଓ ନିରଞ୍ଜନ ଲେଙ୍କା ଦେଶାତ୍ମକବୋଧକ ସଂଗୀତ ଗାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.