“ସଖି” ୱାନ୍ ଷ୍ଟପ୍ ସେଣ୍ଟର ତରଫରୁ “ଆଜାଦୀ କା ଅମୃତ ମହୋତ୍ସବ” କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜାଦୀ କା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଗଜପତି ଜିଲ୍ଲା “ସଖି” ୱାନ୍ ଷ୍ଟପ୍ ସେଣ୍ଟର ତରଫରୁ କେରାଣ୍ଡି ଗ୍ରାମ ପଞ୍ଚାୟତର ବ୍ରାହ୍ମଣ ସୀତାପୁର ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ଠାରେ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା , କିଶୋରୀ ବାଳିକା , ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ “ସଖି” ୱାନ୍ ଷ୍ଟପ୍ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ସଭାପତିତ୍ୱ କରିବା ସହିତ ଶିଶୁ ଅଧିକାର ସହିତ ସଖି ୱାନ୍ ଷ୍ଟପ୍ ସେଣ୍ଟରର ଶିଶୁ ଓ ମହିଳା ମାନଙ୍କ ପାଇଁ ଉପଲବ୍ଧ ସୁବିଧା ସୁଯୋଗ ଯଥା -ପରାମର୍ଶ , ଚିକିତ୍ସା ସୁବିଧା , ଆଇନଗତ ସହାୟତା ଏବଂ ସୁରକ୍ଷା ସଂବନ୍ଧରେ ଆଲୋକପାତ କରିଥିଲେ।
ଜିଲ୍ଲା ଶିଶୁ କଲ୍ୟାଣ ସମିତିର ସଭ୍ୟ ଶ୍ରୀ ହୀରଣ୍ୟ କୁମାର ରାୟ ବାଲ୍ୟବିବାହ ନିଷେଧ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଜନସଚେତନତା କାର୍ଯ୍ୟକ୍ରମରେ ପୋଷ୍ଟମାଷ୍ଟର ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଜେନା ଉପସ୍ଥିତ ଥିଲେ।
ସଚେତନତା କାର୍ଯ୍ୟକ୍ରମ ଶେଷରେ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥିରେ ବୋହୁ ସଂଖ୍ୟାରେ ଅଙ୍ଗନବାଡ଼ି କର୍ମୀ , ଆଶା , ଗ୍ରାମର ମହିଳା ମାନେ , ଗୋପିନାଥ ଗଜପତି ହାଇସ୍କୁଲର ଛାତ୍ରଛାତ୍ରୀମାନେ ହାତରେ ଜାତୀୟ ପତାକା ଧରି ସ୍ଲୋଗାନ ଦେଇ ଆଜାଦୀ କା ଅମୃତ ମହୋତ୍ସବ ବର୍ଷାରେ ଭିଜି ଭିଜି ପାଳନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମଟି ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡାଙ୍କ ନେତୃତ୍ବ ଓ ସହଯୋଗରେ ଅନୁଷ୍ଠିତ ହୋଇଥିବା ବେଳେ “ସଖି” ୱାନ୍ ଷ୍ଟପ୍ ସେଣ୍ଟରର ମୀନା କୁମାରୀ ଟହଲ , ଅନିତା ମିଶ୍ର , ଡଲି ସାହୁ , ମୋହିନୀ ପ୍ରଧାନ , ପ୍ରଣତି ଦାସ , ମଞ୍ଜୁଳା ଚୌଧୁରୀ , ସୁନିତା ବେହେରା , ପି.ପୁଷ୍ପଲତା , ଦିବ୍ୟ ସୁଆର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.