ପାଇକମାଳ, : ସ୍ବାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ପାଇକମାଲ ବ୍ଲକ ଡୁମ୍ବେରବାହାଲ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମେଧାବୀ ଛାତ୍ରୀ ୨୦୨୦-୨୧ ଶିକ୍ଷା ବର୍ଷର ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରି ସରକାରଙ୍କ ପକ୍ଷରୁ ପାଇଥିବା ମେଧା ବୃତ୍ତି ମଧ୍ୟରୁ ଏକ ବର୍ଷର ବୃତ୍ତି ରାଶି ୨୪୦୦ ଟଙ୍କା ସ୍କୁଲର ଉନ୍ନତି ପାଇଁ “ମୋ ସ୍କୁଲ ଅଭିଯାନକୁ” ଦାନ କରିଦେବା ଘଟଣା ସର୍ବତ୍ର ଚର୍ଚ୍ଚା ଓ ପ୍ରଶଂସାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ଯେ ଡୁମ୍ବେରବାହାଲ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମେଧାବୀ ଛାତ୍ରୀ କୁମାରୀ ରେଣୁକା ସାହୁ ଗତ ୨୦୨୦-୨୧ ଶିକ୍ଷା ବର୍ଷର ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାରେ ସମଗ୍ର ପାଇକମାଳ ବ୍ଲକରେ ପ୍ରଥମ ସ୍ଥାନ ହାସଲ କରି ରାଜ୍ୟ ସରକାରଙ୍କ ମେଧା ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ସେ ପାଇବାକୁ ଥିବା ମେଧା ବୃତ୍ତି ମଧ୍ୟରୁ ଏକ ବର୍ଷର ବୃତ୍ତି ରାଶିକୁ ନିଜେ ପଢିଥିବା ସ୍କୁଲର ଉନ୍ନତି ପାଇଁ “ମୋ ସ୍କୁଲ ଅଭିଯାନକୁ” ଦାନ କରିଦେବା ପାଇଁ ସେତେବେଳେ ଘୋଷଣା କରିଥିଲେ । ରେଣୁକା ସାହୁ ହେଉଛନ୍ତି ଡୁମ୍ବେରବାହାଲ ସ୍କୁଲ ପରିଚାଳନା କମିଟି ସଭାପତି ତଥା ସମାଜସେବୀ ବନବସ ସାହୁଙ୍କ ଝିଅ ଓ ବର୍ତ୍ତମାନ ସେ ଫ୍ରେଜରପୁରସ୍ଥିତ ଆଦର୍ଶ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ଇତିମଧ୍ୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏକ ବର୍ଷର ବୃତ୍ତି ରାଶି ୨୪୦୦ ଟଙ୍କା ଜମା ହୋଇ ସାରିଥିବାରୁ ଗତ ୧୫ ତାରିଖ ଦିନ ଡୁମ୍ବେରବାହାଲ ସ୍କୁଲରେ ସ୍ବାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ରେଣୁକା ସାହୁ ଏହି ଟଙ୍କା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାନ କରିଛନ୍ତି । ପ୍ରଧାନଶିକ୍ଷକ ହୃଷିକେଶ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମାଣ୍ଡୋସିଲ ସିଆର୍ସିସି ବସୁଦେବ କୁମ୍ଭାର ମୁଖ୍ୟ ଅତିଥି, ସ୍କୁଲ ପରିଚାଳନା କମିଟି ସଭାପତି ବନବସ ସାହୁ ସମ୍ମାନିତ ଅତିଥି ଭାବେ ଓ ସହକାରୀ ଶିକ୍ଷକ ଡେଜଲିଙ୍ଗ ଦନ୍ତା, ସୁଦାମ କନ୍ଧେର, ସୈ।ତମ ଛତର ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ସଂପୃକ୍ତ ଛାତ୍ରୀଙ୍କ ଏଭଳି ମହନୀୟ କାର୍ଯ୍ୟକୁ ପାଇକମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡ଼ାମଣି ବାରିକ ଓ ଅନ୍ୟ ବୁଦ୍ଧିଜୀବୀମାନେ ଖୁବ ପ୍ରଶଂସା କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.