ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ୭୬ ତମ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଶୁଭ ଅବସରରେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।
ପୌରାଧ୍ୟକ୍ଷା ଶ୍ରୀମତୀ ସେଠୀ ସ୍ବାଧୀନତାର ୭୫ ତମ ଅମୃତ ଦିବସ ଉପରେ ଆଲୋକପାତ କରି ମହାତ୍ମାଗାନ୍ଧୀଙ୍କ ସମେତ ତ୍ରିରଙ୍ଗା ପତାକାର ସ୍ରଷ୍ଟା ପିଙ୍ଗାଲି ଭେଙ୍କେୟାଙ୍କ ବିଷୟରେ ସ୍ମୃତି ଚାରଣ କରିଥିଲେ।
“ହର ଘର ତ୍ରିରଙ୍ଗା” ପାଳନ ପାଇଁ ତାଙ୍କ ଦ୍ୱାରା ଛାତ୍ରୀଙ୍କୁ ତ୍ରିରଙ୍ଗା ପତାକା ପ୍ରଦାନ କରାଯାଇଥିଲା।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ମହାପୁରୁଷ ମାନଙ୍କ ବଳିଦାନ ଓ ତ୍ୟାଗ ଫଳରେ ଦେଶ କିପରି ସ୍ୱାଧନ ହୋଇଥିଲା ବର୍ଣ୍ଣନା କରିବା ସହିତ ଆଜିକାର ଯୁବ ସମାଜ ଶାନ୍ତି , ମୈତ୍ରୀ , ପ୍ରଗତି ଓ ସଂହତିର ଭାଇଚାରାରେ ଦେଶକୁ କିପରି ଆଗେଇ ନେବା ଲାଗି ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ।
ଏହି ଅବସରରେ ଏକ ତୈଳଚିତ୍ର ପ୍ରତିଯୋଗିତା କରାଯାଥିଲା , କୃତି ପ୍ରତିଯୋଗୀ ଜୟନ୍ତୀ , ସୁଭଦ୍ରା ଓ ଶୋଭାଗିନୀ ଭୂୟାଁଙ୍କୁ ମିଳିତ ଭାବରେ ମୁଖ୍ୟ ଅତିଥି ଏବଂ ଅଧ୍ୟକ୍ଷା ପୁରସ୍କୃତ କରିଥିଲେ। ଏହି ପବିତ୍ର ଦିବସଟିକୁ ସ୍ନାତକ ମହିଳା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଉଲ୍ଲାସର ସହିତ ପାଳନ କରିଥିଲେ।
ସେହିପରି ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୭୬ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋସ କୁମାର ନାୟକ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ପ୍ରମୁଖ ଆଜାଦୀ କି ଅମୃତ ମହୋତ୍ସବ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ସ୍ୱାଧୀନ ଭାରତର ୭୫ ବର୍ଷ ପୂରଣ ଅବସରରେ ହର ଘର ତ୍ରିରଙ୍ଗା ପତାକା ଉଡାଣ ଏକ ସୁନ୍ଦର ଭାରତ ଗଠନର ପ୍ରତୀକ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ସୁରେନ୍ଦ୍ର ପାତ୍ର ପରିଚାଳନା କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଓ ପ୍ରକଳ୍ପ ସଂଯୋଜକ ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ତ୍ରିରଙ୍ଗା ପତାକାକୁ ସମ୍ମାନ ଜଣାଇଥଲେ।
ସେହିପରି ରାଣୀପେଣ୍ଠ ସ୍ଥିତ ”ନିୟତି” ଭିନ୍ନକ୍ଷମ ଅନୁଷ୍ଠାନରେ ୭୬ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଏହି ଶୁଭ ଅବସରରେ ମୁଖ୍ୟଅତିଥି ଭାବେ ଶ୍ରୀ ଉମାକାନ୍ତ ପଟ୍ଟନାୟକ ସେବାନିବୃତ ମେଜର ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।
ବକ୍ତାମାନେ ଏଭଳି ଭିନ୍ନକ୍ଷମଙ୍କ ସେବା , ତାଲିମ ଏବଂ ଭୌତିକ ଚିକିତ୍ସାର ଆବଶ୍ୟକ ସମ୍ପର୍କରେ ଆଲୋଚନା କରିବା ସଙ୍ଗେ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ। ମୁଖ୍ୟବକ୍ତା ଭାବେ ବିଜୟ କୁମାର ରାଜୁ , ସେବାନିବୃତ କାର୍ଯ୍ୟାଳୟ ସହାୟକ ଯୋଗ ଦେଇଥିବା ବେଳେ ସଭାପତି ପ୍ରଫେସର ଡ.ଅଜୟ ତ୍ରିପାଠୀ , ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ , ଶାଶ୍ଵତୀ ବେବର୍ତ୍ତା , ଡ.ଅରୁଣ ନାୟକ , ଆରୁପାଞ୍ଜଳୀ ମହାନ୍ତି , ଜେୟାମା ପୂର୍ଣ୍ଣବାସୀ , ସୋନୁ ଗମାଙ୍ଗ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.