ଭାରତର ୭୫ତମ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ନିତ୍ୟାନନ୍ଦ ପାଠାଗାର ପ୍ରାଙ୍ଗଣରେ ଏକ ସ୍ଵତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ୭୫ତମ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ପାରଳାଖେମୁଣ୍ଡି ଶ୍ରୀକରଣସାହି ସ୍ଥିତ ନିତ୍ୟାନନ୍ଦ ପାଠାଗାର ପ୍ରାଙ୍ଗଣରେ ଏକ ସ୍ଵତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶ୍ରୀଜଗନ୍ନାଥ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜନ କରାଯାଇଥିଲା ବେଳେ ଆଲୋଚନାରେ ଅନୁଷ୍ଠାନର କାର୍ଯ୍ଯକାରୀ ସଭାପତି ଶ୍ରୀଗୌରହରି ପଟ୍ଟନାୟକ , ସଂପାଦକ ସୂର୍ଯ୍ୟନାରାୟଣ ପଟ୍ଟନାୟକ , ସହ ସଂପାଦକ ଶ୍ରୀକୈଳାଶ ଚନ୍ଦ୍ର ପଟ୍ଟନାୟକ , ଉପଦେଷ୍ଟା କ୍ୟାପଟେନ ମଲ୍ଲିକାର୍ଜୁନ ପଟ୍ଟନାୟକ , ଲକ୍ଷ୍ମିକାନ୍ତ ପଟ୍ଟନାୟକ , ସଦାନନ୍ଦ ପଟ୍ଟନାୟକ ଓ ବୃନ୍ଦାବନ ପଣ୍ଡିତ ପ୍ରମୁଖ ଭାଗନେଇ ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ସଂକଳ୍ପ ନେଇଥିଲେ।
ଶେଷରେ ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା।

Leave A Reply

Your email address will not be published.