ନୟାଗଡ଼ (ବିଶ୍ଵଜିତ ନାୟକ) – ଉପର ମୁଣ୍ଡରେ ବର୍ଷାକୁ ଦୃଷ୍ଟିରେ ରଖି ହିରାକୁଦ ବନ୍ଧ କର୍ତ୍ତୁପକ୍ଷ ବନ୍ଧରୁ ଜଳ ନିଷ୍କାସନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗତ କାଲି ୧୦ଟି ଗେଟ୍ ଏବଂ ଆଜି ଆଉ ୧୦ଟି ଗେଟ୍ ସମୁଦାୟ ୨୦ଟି ଗେଟ୍ ଖୋଲା ଯାଇଅଛି । ନୟାଗଡ଼ ଜିଲ୍ଲାରେ ପ୍ରବାହିତ ହେଉଥିବା ବିଭିନ୍ନ ଉପନଦୀରୁ ବର୍ଷା ସମୟରେ ମହାନଦୀକୁ ଜଳ ନିଷ୍କାସିତ ହୋଇଥାଏ । କିନ୍ତୁ ୨୦ଟି ଗେଟ୍ ଦେଇ ପ୍ରବାହିତ ହେଉଥିବା ମହାନଦୀର ଜଳସ୍ତର ଉଚ୍ଚରେ ଥିବାରୁ ବର୍ଷା ସମୟରେ ଏହି ଉପନଦୀ ଗୁଡ଼ିକର ଜଳ ମହାନଦୀକୁ ସଂପୁର୍ଣ ଭାବେ ନିଷ୍କାସିତ ହୋଇନପାରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଡା. ପୋମା ଟୁଡୁ ମହାନଦୀ ନିକଟରେ ଥିବା ତହସିଲ ଏବଂ ବ୍ଲକଗୁଡ଼ିକର ଅଧିକାରୀମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଏହି ଅଂଚଳର ଗ୍ରାମବାସୀମାନେ ବନ୍ୟାପାଇଁ ଭୟଭିତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.