ଜଗତସିଂହପୁର,/ସୁମନ୍ତ କୁମାର ଦାସ: ତ୍ୟାଗ ଓ ବଳିଦାନର ୭୫ ବର୍ଷ ଅବସରରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ବାଧୀନତାର ଗୌରବ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ବଳରାମପୁର ପଞ୍ଚାୟତ ଠାରୁ ପଦଯାତ୍ରା ଶୁଭାରମ୍ଭ ହୋଇ କାଦୁଅପଡା ପଞ୍ଚାୟତ ତୁଳସୀଗାଦି ଠାରେ ସମାପ୍ତ ହୋଇଥିଲା ।ଏହି ପଦଯାତ୍ରାରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ,ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ସାମିଲ ହୋଇଥିଲେ ।ଏହି ପଦଯାତ୍ରା ମାଧ୍ୟମରେ ସାରା ଭାରତ ବର୍ଷରେ ଲୋକ ମାନଙ୍କ ସହିତ କଂଗ୍ରେସକୁ ଯୋଡିବାର ପ୍ରୟାସ ରହିବ ବୋଲି କହିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ।
Sign in
Sign in
Recover your password.
A password will be e-mailed to you.
Prev Post