ଭୁବନେଶ୍ୱର : ଓଡିଶା ରାଜ୍ୟ ସରକାରଙ୍କ ମାସିକ ମୁଖପତ୍ର ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁ ପତ୍ରିକା ପାଇଁ ଲେଖା ପଠାଉଥିବା ଲେଖକ ଲେଖିକାମାନଙ୍କୁ ପ୍ରଦାନ କରାଯାଉଥିବା ପାରିତୋଷିକ ରାଶିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏବେ ଉତ୍କଳ ପ୍ରସଙ୍ଗ ବା ଓଡିଶା ରିଭ୍ୟୁରେ ଲେଖା ପ୍ରକାଶ ପାଇଲେ ଗୋଟିଏ ପ୍ରବନ୍ଧ ବା ଲେଖା ପ୍ରତି ପୂର୍ବରୁ ପ୍ରଦାନ କରାଯାଉଥିବା ପାରିତୋଷିକ 250 ଟଙ୍କାରୁ 500 ଟଙ୍କା (ବିଷୟ ଭିତ୍ତିକ ଫଟୋ ନଥାଇ) ଏବଂ 300 ଟଙ୍କାରୁ 600 ଟଙ୍କା( ବିଷୟ ଭିତ୍ତିକ ଫଟୋ ଥାଇ) ପ୍ରଦାନ କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଲେଖକ ଲେଖିକାମାନେ ସନ୍ତୋଷ ପ୍ରକାଶ କରିବା ସହିତ ଏ ଦିଗରେ ସହୃଦୟତା ପ୍ରକାଶ କରିଥିବାରୁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାର ବିଶେଷ କରି ସୂଚନା ଓ ଲୋକ ସମ୍ପର୍କ ବିଭାଗର ମାନ୍ୟବର ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ ଓ ବିଭାଗର ନିର୍ଦ୍ଦେଶକ ତଥାଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡଃ. ଲେନିନ୍ ମହାନ୍ତିଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହା ଫଳରେ ଲେଖକ ଲେଖିକାମାନଙ୍କର ଲେଖା ପଠାଇବାରେ ଆଗ୍ରହ ବୃଦ୍ଧି ପାଇବ ଓ ଅଧିକରୁ ଅଧିକ ନୂତନ ଲେଖକ ଲେଖିକା ପତ୍ରିକା ପାଇଁ ଲେଖା ପଠାଇବା ଦିଗରେ ଉତ୍ସାହିତ ହେବେ ।
Sign in
Sign in
Recover your password.
A password will be e-mailed to you.
Prev Post