ପଦ୍ମପୁର ରେ ବିଶ୍ବ ଆଦିବାସୀ ଦିବସ ପାଳିତ ।

0

ପଦ୍ମପୁର- ପଦ୍ମପୁର ସହର ସ୍ଥିତ ବିଜେଡି କାର୍ଯ୍ୟାଳୟ ପରିସରରେ ଆଦିବାସୀ ସଙ୍ଘ ରାଜବୋଡାସମ୍ବର ଉପଖଣ୍ଡସ୍ତରୀୟ ଆଦିବାସୀ ମାନଙ୍କୁ ନେଇ ଆଦିବାସୀ ଦିବସ ପାଳିତ ହୋଇଯାଇଛି ।ସଙ୍ଘର ସଭାପତି ରାଜେନ୍ଦ୍ର କୁମାର ରାଉତ, ଉପସଭାପତି ହୄଷିକେଶ ବରିହା,ଭୋଜରାଜ ସିଂ ବରିହା ଆରାଧ୍ୟା ଦେବୀଙ୍କ ପ୍ରତିଛବିରେ ପୂଜାର୍ଚ୍ଚନା କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସଭାରେ ଝାରବନ୍ଧ ବ୍ଳକର ଆଶାରାମ ବରିହା, ରାମ ବରିହା, ସୁଦର୍ଶନ ବରିହା, ଚୈତନ୍ୟ ସିଂ ଦେଓ ତଥା ଶବର ସମାଜ, ବରିହା ସମାଜ, ଗଣ୍ଡ ସମାଜ, କନ୍ଧ ଓ କୁଡା ସମାଜର ସଭ୍ୟମାନେ ଉପସ୍ଥିତ ଥିଲେ । ପରମେଶ୍ବର ତୁମୁନିଆ ସଭା ପରିଚାଳନା କରିଥିବା ବେଳେ ଯୁଗଲ କିଶୋର ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.