ଦେଶସେବା ସହିତ ସମାଜସେବାରେ ନିୟୋଜିତ ସିଆରପିଏଫ

0
  • https://youtu.be/XuOUnE8VZko
  • ହର ଘର ତିରଙ୍ଗା କାର୍ଯକ୍ରମ ଅବସରରେ ବାଇକ ରେଲି

  • ଗ୍ରାମ ବାସୀ ଙ୍କୁ ବାଣ୍ଟିଲେ ପନ୍ଦର ଶହ ଜାତୀୟ ପତାକା

ବରଗଡ଼ :-ଚଳିତବର୍ଷ ଦେଶ ସ୍ୱାଧୀନତା ର ଅମୃତ ମହୋତ୍ସବ ପାଳନ କରୁଛି । ଏହି ଅବସରରେ ଦେଶବାସୀ ଙ୍କର ମଧ୍ୟରେ ଅନେକ ଉତ୍ସାହ ରହିଛି । ଦେଶର ପ୍ରତ୍ୟେକ ନାଗରିକ ଏହି ଶୁଭ ମୁହୂର୍ତ୍ତକୁ ଅତି ଉତ୍ସାହର ସହିତ ପାଳନ ପାଇଁ ବ୍ୟଗ୍ର ଥିବା ଦେଖିବାକୁ ମିଳୁଛି । ଗତ ଦୁଇ ବର୍ଷ ଧରି ସ୍ୱାଧୀନତା ଦିବସ ଉପଲକ୍ଷେ ହେବାକୁ ଥିବା ଅଧିକାଂଶ କାର୍ଯ୍ୟକ୍ରମ ଉପରେ କଟକଣା ରହିଥିଲା । ହେଲେ ଚଳିତ ବର୍ଷ ସେହି ଭଳି କୋଣସି ପ୍ରତିବନ୍ଧକ ନ ଥିବା କାରଣରୁ ଦେଶବାସୀ ଅତ୍ୟନ୍ତ ଉତ୍ସାହୀ ଅଛନ୍ତି ।
କେନ୍ଦ୍ରୀୟ ରିଜର୍ବ ପୋଲିସ ଫୋର୍ସ ର ବଲାଙ୍ଗୀର ସ୍ଥିତ 189 ବାଟାଲିଅନ ର E କମ୍ପାନୀ ବର୍ତ୍ତମାନ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଲପୁର ଠାରେ ମୁତୟନ ରହିଛି । 189 ର ମୁଖ୍ୟ ଶ୍ରୀ ପବନ କୁମାର ତିବାରି ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ଏହି ଏ କମ୍ପାନୀ ଦ୍ୱାରା ସମୟ ସମୟରେ ଅନେକ ପ୍ରକାର ଜନସେବା ସହିତ ଜଣ ସଚେତନତା ର କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ । ଆଜି ଯେତେବେଳେ ଦେଶ ଅମୃତ ମହୋତ୍ସବ ପାଳନ କରିବା ପାଇଁ ଯାଉଛି ସେତେବେଳେ ଏହି ଏ କମ୍ପାନୀ ଦ୍ୱାର ଆଜି ସକାଳେ କମ୍ପାନୀ ର ସହାୟକ କମାଣ୍ଡେଣ୍ଟ ଶ୍ରୀ ସୁରେନ୍ଦ୍ର କୁମାର ଙ୍କର ନେତୃତ୍ୱରେ ରେ ଯବାନ ମାନେ ଜଗଦଲପୁର ଥାନା ପାରିସର ରୁ ଏକ ବାଇକ ରେଳିରେ ବାହାରି ଜଗଦଲପୁର ପଞ୍ଚାୟତ ର , ଜଗଦଲପୁର, ଧଅରାଭଟା, ପୁଟକା,ବଡ଼କୁଂଜାରୀ , ଖିରାପଲି , ନୂଆପଡା ଆଦି ଗ୍ରାମର ପ୍ରତେକ ଘର ବୁଲି ଲୋକଙ୍କୁ ସ୍ୱାଧୀନତା ଦିବସ ଦିବସ ବାବଦରେ ସଚେତନ କରାଇବା ସହିତ ଅଗଷ୍ଟ 15 ତାରିଖ ଦିନ ନିଜ ଘରେ ଜାତୀୟ ପତାକା ଉତ୍ତଳନ କରିବା ପାଇଁ କହିବା ସହିତ ଲୋକଙ୍କୁ ଜାତୀୟ ପତାକା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜଗଦଲପୁର ଥାନା ଅଧିକାରୀ ଶ୍ରୀମତୀ ସୁଷମା କୁଅଁର, ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଗାୟତ୍ରୀ ନନ୍ଦ, ସରପଞ୍ଚ ଶ୍ରୀ ଗୋବର୍ଦ୍ଧନ ନାୟକ ପ୍ରମୁଖ ସାମିଲ ହୋଇ ସିଆରପିଏଫ ଯବାନ ମାନଙ୍କୁ ଉତ୍ସାହିତ କରିଥିଲେ । ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମାଧ୍ୟମରେ 189 ବାଟାଲିଅନ E କମ୍ପାନୀ ତରଫରୁ ପନ୍ଦର ଶହ ଜାତୀୟ ପତାକା ଲୋକଙ୍କୁ ବଣ୍ଟନ କରାଯାଇଥିଲା । ସିଆରପିଏଫ ର ଏହି ଭଳି ସଚେତନତା କାର୍ଯ୍ୟକ୍ରମ କୁ ସ୍ଥାନୀୟ ଲୋକେ ଭୁରି ଭୁରି ପ୍ରଶଂସା କରିଛନ୍ତି ।।

Leave A Reply

Your email address will not be published.