ମାଗଣା ସ୍ଵାସ୍ଥ୍ୟ ଶିବିର ଆୟୋଜିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କବିଚନ୍ଦ୍ର ସାହି ସ୍ଥିତ କବିଚନ୍ଦ୍ର ପାଠାଗାର ପରିସରରେ ଏକ ମାଗଣା ସ୍ଵାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି।
ବିଶାଖପାଟଣା ଆପୋଲୋ ହସପିଟାଲର ବିଶିଷ୍ଟ ଅସ୍ଥିସଲ୍ୟ ବିଶେଷଜ୍ଞ ଡ଼ାକ୍ତର ରବିଚନ୍ଦ୍ର ଭାଟିପାଲ୍ଲି ଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡିର ଅଗ୍ରଣୀ ସଂଗଠନ କ୍ରିଏଟିଭ ଆର୍ଟସ୍ ସହଯୋଗ କରିଥିଲେ।
ଉଦଘାଟନୀ କାର୍ଯ୍ୟକ୍ରମରେ କ୍ରିଏଟିଭ ଆର୍ଟସ୍ ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ , ଯୁଗ୍ମ ସମ୍ପାଦକ ଶ୍ରୀ ଆଦର୍ଶ ଦାସ ଓ ଡ଼ାକ୍ତର ରବିଚନ୍ଦ୍ର ଉପସ୍ଥିତ ଥିବା ବେଳେ ଡ଼ାକ୍ତର ପ୍ରଥମେ ସ୍ଵାସ୍ଥ୍ୟ ସମସ୍ୟାର କାରଣ ସମ୍ପର୍କରେ ଜଣାଇଥିଲେ ଓ ଗଜପତି ଜିଲ୍ଲାରୁ ବହୁ ମାତ୍ରରେ ବିଶାଖାପାଟଣାରେ ସେ ଚିକିତ୍ସା କରୁଥିବାରୁ ଗଜପତି ବାସୀଙ୍କୁ କିଛି ସେବା ଉଦ୍ଦେଶ୍ୟରେ ଆଜି ଆସିଥିବା କହିଥିଲେ। ୪୨ ଜଣ ବ୍ୟକ୍ତି ସ୍ଵାସ୍ଥ୍ୟ ସମସ୍ୟା ଜଣାଇ ବିନା ମୂଲ୍ୟରେ ଡ଼ାକ୍ତର ପରାମର୍ଶ ନେଇଥିଲେ। ଡ଼ାକ୍ତରଙ୍କ ସେବା ମନୋଭାବ ପାଇଁ ସହଯୋଗୀ ଅନୁଷ୍ଠାନ ସଭାପତି ସାଧୁବାଦ ଜଣାଇଥିଲେ।

Leave A Reply

Your email address will not be published.