ପଦ୍ମପୁର:ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଭବିଷ୍ୟତରେ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଯୁବ ରେଡ଼କ୍ରସ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।ଅଧ୍ୟକ୍ଷା କଳ୍ପନାରାଣୀ ନାଥଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଓ ମୁଖ୍ୟ ବକ୍ତା ଭାବରେ ମେଜର ଲ।ୟନ୍ସ ଚିତ୍ତରଞ୍ଜନ ଦାସ ଯୋଗଦାନ ଦେଇ ଭବିଷ୍ୟତ ପାଇଁ କାହିଁକି ଗଛ ଟିଏ ଦରକାର ତାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।ପ୍ରକୃତି ବନ୍ଧୁ ଶ୍ରୀମ।ନ ସାହୁ ଙ୍କ ଏହି ନବ ପ୍ରଚେଷ୍ଟା ତଥା ଦୀର୍ଘ ବର୍ଷ ଧରି ତାଙ୍କ ଦ୍ୱାରା ଚାଲିଥିବା ସବୁଜ ବିପ୍ଳବ କୁ ସମ୍ମାନ ଜଣାଇ ଅଧ୍ୟକ୍ଷା ତାଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମଟିକୁ ଯୁବ ରେଡ଼କ୍ରସ ସଂଯୋଜିକା ଅଧ୍ୟାପିକା ସଂଗୀତା ଗୌନ୍ତିଆ ପରିଚାଳନା କରିଥିବାବେଳେ ଅଧ୍ୟାପିକା କୁନ୍ତଳା ସାହୁ,ଲୋପ।ମୁଦ୍ରା ନାୟକ, ସରିତାରାଣୀପ୍ରଧାନ, କାଦମ୍ବିନୀ ପାଣିଗ୍ରାହୀ,ମଧୁମିତା ପ୍ରଧାନ, ସୋନିଆରାଣୀ ମେହେର, ଅଧ୍ୟାପକ ଅନିଲ ପୁରୋହିତ, ବୀରେନ୍ଦ୍ର ମେହେର, ଧୀରେନ୍ଦ୍ର ବର୍ଗେ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।ଏହି ଅବସରରେ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଏକ ବଉଳ ଚାରା ରୋପଣ କରାଯାଇଥିଲା ଏବଂ ସମସ୍ତ ଛାତ୍ରୀ ଓ କର୍ମଚାରୀ ମାନଙ୍କୁ ଗୋଟିଏ ଲେଖାଏଁ ଅଁଳା ଚାରା ପ୍ରଦାନ କରାଯାଇଥିଲା।ପରିଶେଷରେ ଅଧ୍ୟାପିକା ଚନ୍ଦ୍ରିକା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post