ଦରଦାମ ବୃଦ୍ଧିକୁ ନେଇ ଭଦ୍ରକ ରେ ଗର୍ଜିଲା କଂଗ୍ରେସ

0

ଭଦ୍ରକ(ସତ୍ୟବ୍ରତ ନାୟକ): ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀର ଦରଦାମ ବୃଦ୍ଧି ଏବେ ସାଧାରଣ ଲୋକଙ୍କ ମୁଣ୍ଡ ବିନ୍ଧା ବଢାଇଛି । ପେଟ୍ରୋଲ, ଡିଜେଲର ଦାମ ଏବେ ଆକାଶ ଛୁଆଁ ହୋଇଥିବା ବେଳେ ମୁଢ଼ି, ଗୁଡ଼, ଖଇ, ପ୍ରଭୃତି ଉପରେ ଜି.ଏସ.ଟି. ଲାଗୁ କରିଛନ୍ତି କେନ୍ଦ୍ର ସରକାର । ଯାହାକୁ ବିରୋଧ କରି ଆଜି ସାରା ଦେଶରେ କଂଗ୍ରେସ ପକ୍ଷରୁ ଭିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭଦ୍ରକ ଜିଲ୍ଲାରେ ମଧ୍ଯ ଏ ନେଇ ପଦଯାତ୍ରା ସହ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଭିକ୍ଷୋଭ କରାଯାଇଛି ।
ଶୁକ୍ରବାର ପୂର୍ବାହ୍ନରେ ଶତାଧିକ କଂଗ୍ରେସ କର୍ମୀ ଜିଲ୍ଲାପାଳ ଅଫିସ ସାମ୍ନାରେ ନାରାବାଜୀ କରିବା ସହ କେନ୍ଦ୍ର ସରକାରଙ୍କୁ ବିରୋଧ କରିଥିଲେ ।ସଂସଦରେ ସରକାରଙ୍କୁ ବିରୋଧୀ ଦଳର ପ୍ରଶ୍ନ ଅଡ଼ୁଆରେ ପକାଇବା କାରଣରୁ ବ୍ୟକ୍ତିଗତ ସ୍ତରକୁ ଓହ୍ଲାଇ ସିବିଆଇ, ଇଡି ଭଳି ସ୍ବାଧୀନ ସଂସ୍ଥା ମାନଙ୍କର ସ୍ୱତନ୍ତ୍ରତା କୁ ସରକାର ମଳିନ କରିବା ସହିତ ଭାରତୀୟ ମହାନ ଗଣତନ୍ତ୍ର ପ୍ରତି କୁଠାରଘାତ କରୁଛନ୍ତି । ଯାହାକୁ କଂଗ୍ରେସ ତୀବ୍ର ବିରୋଧ କରୁଛି ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ କମିଟିର ଆବାହକ ସୁବ୍ରତ ରାଉତ।

Leave A Reply

Your email address will not be published.