ପୁରୀ (ଅନିମେଶ ପଟ୍ଟନାୟକ): ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ଏବେ ସାଧାରଣ ଲୋକଙ୍କ ମୁଣ୍ଡ ବିନ୍ଧା ବଢାଇଛି । ପେଟ୍ରୋଲ, ଡିଜେଲର ଦାମ ଏବେ ଆକାଶ ଛୁଆଁ ହୋଇଥିବା ବେଳେ ମୁଢ଼ି, ଗୁଡ଼, ଖଇ, ପ୍ରଭୃତି ଉପରେ ଜି.ଏସ.ଟି. ଲାଗୁ କରିଛନ୍ତି କେନ୍ଦ୍ର ସରକାର । ଯାହାକୁ ବିରୋଧ କରି ଆଜି ସାରା ଦେଶରେ କଂଗ୍ରେସ ପକ୍ଷରୁ ଭିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୁରୀ ଜିଲ୍ଲାରେ ମଧ୍ୟ ଏ ନେଇ ପଦଯାତ୍ରା ସହ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଭିକ୍ଷୋଭ କରାଯାଇଛି ।
ଶୁକ୍ରବାର ପୂର୍ବାହ୍ନରେ ଶତାଧିକ କଂଗ୍ରେସ କର୍ମୀ ସ୍ଥାନୀୟ ଟାଉନ ହଲ ଠାରୁ ପଦଯାତ୍ରାରେ ଯାଇଥିଲେ । ଜିଲ୍ଲା କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ଦାସ ଓ ସମନ୍ବୟ କମିଟିର ଅଧ୍ୟକ୍ଷ ବିରେନ୍ଦ୍ର ଭୂଷଣ ହୋତାଙ୍କ ନେତୃତ୍ୱରେ ଜିଲ୍ଲାପାଳ ଅଫିସ ସାମ୍ନାରେ ନାରାବାଜୀ କରିବା ସହ କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ବିରୁଦ୍ଧରେ କୁଶପୁତ୍ତଳିକା ଦାହ ମଧ୍ୟ କରାଯାଇଥିଲା ।
ସଂସଦରେ ସରକାରଙ୍କୁ ବିରୋଧୀ ଦଳର ପ୍ରଶ୍ନ ଅଡ଼ୁଆରେ ପକାଇବା କାରଣରୁ ବ୍ୟକ୍ତିଗତ ସ୍ତରକୁ ଓହ୍ଲାଇ ସିବିଆଇ, ଇଡି ଭଳି ସ୍ବାଧୀନ ସଂସ୍ଥା ମାନଙ୍କର ସ୍ୱତନ୍ତ୍ରତା କୁ ସରକାର ମଳିନ କରିବା ସହିତ ଭାରତୀୟ ମହାନ ଗଣତନ୍ତ୍ର ପ୍ରତି କୁଠାରଘାତ କରୁଛନ୍ତି । ଯାହାକୁ କଂଗ୍ରେସ ତୀବ୍ର ବିରୋଧ କରୁଛି ବୋଲି କହିଛନ୍ତି ରାଜ୍ୟ ଯୁବ କଂଗ୍ରେସ ମୁଖପାତ୍ର ତଥା ଜିଲ୍ଲା କଂଗ୍ରେସ ସମନ୍ଵୟ କମିଟିର ଆବାହକ ବିଶ୍ବନାଥ ଦାଶ ।
ଆଜିର କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ରାଜେଶ ମିଶ୍ର, ନିଳମଣି ପ୍ରଧାନ (ପୂର୍ବତନ ଅଧ୍ୟକ୍ଷ, ଗୋପ ବ୍ଲକ), ପୁଷ୍କର ମହାପାତ୍ର, ସେକ୍ ସଫିକୁଦ୍ଦିନ, ସୁକାନ୍ତ କୁମାର ପ୍ରଧାନ, ବିଦ୍ୟୁତଲତା ଆଚାର୍ଯ୍ୟ, ସରସ୍ଵତୀ ପାତ୍ର, ବିନାୟକ ଦାସ ମହାପାତ୍ର, ଛବିନ୍ଦ୍ର ପଢିଆରୀ, ନିରଞ୍ଜନ ରଥ, ଲକ୍ଷ୍ମୀଧର ପ୍ରଧାନ, ସଭାପତି ଗୋପ ବ୍ଲକ କଂଗ୍ରେସ, ଭିମସେନ ପ୍ରଧାନ, କେଶବ ପ୍ରଧାନ, ସଞ୍ଜୟ ନାୟକ, ନିରୁପମା ପାତ୍ର, ସଭାନେତ୍ରୀ ମହିଳା କଂଗ୍ରେସ, ରତିକାନ୍ତ ନାୟକ, ସୈମ୍ୟକାନ୍ତ ଖୁଣ୍ଟିଆ, ନିଶିକାନ୍ତ ସ୍ବାଇଁ, ଅଜୟ ଛାଟୋଇ, ଗୁଣନିଧି ପ୍ରଧାନ, ଛବିନ୍ଦ୍ର ଫଢିଆରୀ, ଆଶୁତୋଷ ମିଶ୍ର, ସଭାପତି ଛାତ୍ର କଂଗ୍ରେସ, ଆଲୋକ କୁମାର ଦାଶ, ତପନ କୁମାର କାଣ୍ଡି, ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.