ସଖୀ ର ଜିଲ୍ଳା ସ୍ତରୀୟ ଦ୍ଵିତୀୟ ଟାକ୍ସ ଫୋର୍ସ ବୈଠକ

0

ନିର୍ଯାତିତ ମହିଳା ଓ ବାଳିକା ମାନଙ୍କ ସମନ୍ୱିତ ସୁବିଧା ଓ ସହଯୋଗ ର ନିର୍ଭର ଯୋଗ୍ୟ ପରାମର୍ଶ କେନ୍ଦ୍ର :ସଖୀ 

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ସୋନପୁର ଜିଲ୍ଲାସ୍ତରୀୟ ଦ୍ଵିତୀୟ ଟାସ୍କ ଫୋର୍ସ ସଖି ବୈଠକ ଅତିରିକ୍ତ ଜିଲ୍ଲାପାଳ (ଜେନେରାଲ ) ନିଶି ପୁନମ ମିଞ୍ଜ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଳାପାଳ ସୁବର୍ଣ୍ଣପୁର ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ଏହି ସଖୀ ବୈଠକରେ ସଖୀ କେନ୍ଦ୍ର ପରିଚାଳିକା ରାଜଶ୍ରୀ ମହାନ୍ତି ,ସଖୀ (ୱାନ ଷ୍ଟପ ସେଣ୍ଟର )ରେ ନିର୍ଯାତିତ ମହିଳା ଓ ବାଳିକା ମାନଙ୍କ ନିମନ୍ତେ ରହିଥିବା ସୁବିଧା ସୁଯୋଗ ତଥା ସଖୀ ଦ୍ୱାରା ନିଆଯାଉଥିବା ବିବିଧ କାର୍ଯ୍ୟକ୍ରମ ର ପି ପି ଟି ମାଧ୍ୟମରେ ଆଲୋକପାତ କରିଥିଲେ l ସଖୀ କେନ୍ଦ୍ର ର ଉଦେଶ୍ୟ- ଜିଲ୍ଲା୍ର ଯେ କୌଣସି ନିର୍ଯାତିତ ମହିଳା ଅଥବା ବାଳିକା ଙ୍କୁ ପୋଲିସ ସହାୟତା, ଡାକ୍ତରୀ ସହାୟତା, ଆଇନଗତ ସହାୟତା, ମନସ୍ତାତ୍ଵିକ ଓ ସାମାଜିକ ପରାମର୍ଶ ପ୍ରଦାନ କରିବା ସହିତ ଆଶ୍ରୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇଥାଏ l ଏଣୁ ପ୍ରତ୍ୟକ ମହିଳା ବା ଝିଅ ଯେଉଁ ମାନେ ନିର୍ଯାତିତ ନିଷ୍ପେସିତ, ଯେପରି ଅପହରଣ, ପାରିବାରିକ ହିଂସା, ଏସିଡ ଆକ୍ରମଣ, ଯୌନ ଉତ୍ପୀଡ଼ନ, ଶିଶୁ ଯୌନ ଶୋଷଣ, ମହିଳା ଚାଳାନ, ବାଲ୍ୟ ବିବାହ, ସାଇବର କ୍ରାଇମ, ଯୌତୁକ ନିର୍ଯାତନା, ମୃତ୍ୟୁ, ତଥା ଅନ୍ୟାନ୍ୟ ହିଂସା ର ପ୍ରତିରୋଧ ତଥା ସୁରକ୍ଷା ନିମନ୍ତେ ବିଭାଗ ର ଟୋଲ ଫ୍ରି ନ 181କିମ୍ବା 7682826767 ରେ ଯେ କୌଣସି ସମୟରେ ସଖୀ ର କାର୍ଯ୍ୟକର୍ତ୍ତା ଙ୍କୁ ଯୋଗାଯୋଗ କରିପାରିବେ, ତଥ୍ୟ ସମ୍ପୂର୍ଣ୍ଣ ଗୋପନ ରହିଥାଏ l ବୈଠକ ରେ ଅଧ୍ୟକ୍ଷା ସଖୀ ର କାର୍ଯ୍ୟକାରିତା କୁ ବ୍ୟାପକ କରିବା ଉପରେ ପରାମର୍ଶ ଦେଇଛନ୍ତି ଯଦ୍ୱାରା ଜିଲ୍ଲା୍ର ପ୍ରତ୍ୟେକ ସ୍ତରରେ ମହିଳା ତଥା ବାଳିକା ମାନେ ତତ୍ପର ହେବା ସହ ଆବଶ୍ୟକ ସମୟରେ ଏହାର ସୁଯୋଗ ନେଇପାରିବେ l ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ, ସି ଏମ ଓ ତଥା ଡି ପି ଏଚ ଓ ଡ଼ଃ ବିଶ୍ୱ ରଞ୍ଜନ ପତି, ଡ଼ିଏସଡବ୍ଲୁଓ ଗୌରମଣୀ ହାଁସଦା, ରେଆର ସମ୍ପାଦକ ଅନଙ୍ଗ ନେଗୀ, ପ୍ରମୁଖ ଉପସ୍ଥିତ ରହି ସଖୀ ର ସାମ୍ପ୍ରତିକ ସମୟରେ ଆବଶ୍ୟକତା ଓ ବ୍ୟାପକତା ଉପରେ ନିଜର ମତବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମ କୁ ଜିଲ୍ଳା ସୁରକ୍ଷା ଅଧିକାରିଣୀ ଅନିତା ଗୁରୁ ପରିଚାଳନା କରିଥିଲେ l ସଖୀ ର ଏହି କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ l

Leave A Reply

Your email address will not be published.