ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡ଼ି ରେ ଯୋଗଦାନ କଲେ ବିଜେପି କର୍ମୀ

0

ମାହାଙ୍ଗା(ଦେବେନ୍ଦ୍ର ଷଢଙ୍ଗୀ): ମାହାଙ୍ଗା ବ୍ଲକ ଅଂଚଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ତଥା ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉନ୍ନୟନମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ରାହାଣିଆ ଗ୍ରାମପଂଚାୟତ କାଳିଅଂଟିି ଗ୍ରାମର ୧୦ରୁ ଉର୍ଦ୍ଧ୍ୱ ବିଜେପି କର୍ମୀ ଦଳ ପରିତ୍ୟାଗ କରି ବିଜେଡ଼ି ଦଳରେ ଯୋଗଦାନ କରିଛନ୍ତି । ଏହି ଅବସରରେ ବିଧାୟକ ପ୍ରତାପ ଜେନା ସମସ୍ତ ବିଜେପି କର୍ମୀମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ବିଜେଡ଼ି ଦଳରେ ଯୋଗଦାନ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ । ବିଜେଡ଼ିରେ ଯୋଗଦାନ ପରେ ସମସ୍ତ କର୍ମୀମାନେ ଆଗାମୀ ଦିନରେ ଦଳୀୟ ସଂଗଠନକୁ ମଝବୁତ୍ କରି ବିଜେଡ଼ିକୁ ବିଜୟର ଟୀକା ପିନ୍ଧାଇବେ ବୋଲି ପ୍ରକାଶ କରିଥିଲେ । ବିଜେଡ଼ିରେ ମିଶିଥିବା କର୍ମମାନେ ହେଲେ ରାହାଣିଆ ପଂଚାୟତ କାଳିଅଂଟିି ଗ୍ରାମର ବିଶ୍ୱଜିତ୍ ପତି, ରାମଚନ୍ଦ୍ର ମଲିକ, ଅଶୋକ ଲେଙ୍କା, ଶ୍ରୀକାନ୍ତ ଜେନା, ମଦନ ମଲିକ, ବିଭୂତିଭୂଷଣ ଜେନା, ଜଗନ୍ନାଥ ପ୍ରଧାନ, ଦୋଳଗୋବିନ୍ଦ ପତି, ଜ୍ୟୋତିରଂଜନ ବିଶ୍ୱାଳ, ଶରତ କୁମାର ବିଶ୍ୱାଳ ପ୍ରମୁଖ ବିଜେଡ଼ିରେ ଯୋଗଦାନ କରିଥିଲେ । ଏହି କର୍ମୀମାନଙ୍କ ସହ ସ୍ଥାନୀୟ ଅଂଚଳର ବହୁ ବିଜେଡ଼ି ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.