ଝାରବନ୍ଧ -ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜଗଦଲପୁର ଥାନା ଅଧିକାରୀ ସୁଶମା କୁଅଁର ଅଧ୍ୟକ୍ଷତା କରିଥିଲେ l ଅନୁଷ୍ଠିତ ସଭା ରେ ଏ ଏସ ଆଇ ଜଗବନ୍ଧୁ ନାୟକ, ପ୍ରଦୀପ ପାଣି, ଜିତେନ୍ଦ୍ର ଦାଶ, ଜଗଦଳପୁର ସରପଞ୍ଚ ଗୋବର୍ଦ୍ଧନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମତ ବ୍ୟକ୍ତ କରିଥିଲେ l ସାଧାରଣ ଜନତା ଓ ପୋଲିସ ମଧ୍ୟରେ ସୁସମ୍ପର୍କ ରଖିବାକୁ ଶ୍ରୀମତୀ କୁଅଁର କହିଥିଲେ l ଅଞ୍ଚଳ ରେ ଗଞ୍ଜେଇ କାରବାର, ରନ୍ଧା ମଦ କାରବାର ବନ୍ଦ କରିବା, ଦେବଦରହା ଠାରେ ଫାଣ୍ଡି ପ୍ରତିଷ୍ଠା କରିବାକୁ ଉପସ୍ଥିତ ଥିବା ସାଧାରଣ ଜନତା ଦାବି ଉପସ୍ଥାପନ କରିଥିଲେ l
Sign in
Sign in
Recover your password.
A password will be e-mailed to you.