ବି.କେ.ଆର୍ଟ କଲେଜର ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ

0

ପ୍ରଦର୍ଶିତ ଚାରୁକଳା ଅତ୍ୟନ୍ତ ମନୋମୁଗ୍ଧର ଓ ଆକର୍ଷଣୀୟ–ସଂସ୍କୃତି ମନ୍ତ୍ରୀ ଶ୍ରୀ ପାତ୍ର

ଭୁବନେଶ୍ୱର: ‘କଳା’ହେଉଛି କାଳଜୟୀ। କଳାର ବିକାଶ ଅନ୍ୟମାନଙ୍କୁ ମାର୍ଗଦର୍ଶନ କରିବାରେ ପ୍ରେରଣା ଯୋଗାଏ।କଥାର ଚାତୁରୀ ଭଳି ଶିଳ୍ପୀ ତା’ର କଳାର ଚାତୁରୀରେ ଅତି ସୁନ୍ଦର ଚାରୁକଳା ଅଙ୍କନ କରିପାରେ। କଳାପ୍ରଦର୍ଶନ କରିଥିବା ପ୍ରତ୍ୟେକ ଶିଳ୍ପୀଙ୍କ ଠାରେ ମା’ ସରସ୍ୱତୀଙ୍କର ଆଶୀର୍ବାଦ ରହିଛି।ବାର୍ଷିକ କଳା ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ସମସ୍ତ ଅଂଶଗ୍ରହଣକାରୀମାନଙ୍କର ଚାରୁକଳା ଅତ୍ୟନ୍ତ ମନୋମୁଗ୍ଧକର ଓ ଆକର୍ଷଣୀୟ ସ୍ଥାନୀୟ କଳ୍ପନା ଛକ ନିକଟସ୍ଥ ରାଜ୍ୟ ସଂଗ୍ରହାଳୟ ପରିସରସ୍ଥିତ କଳିଙ୍ଗ ଆର୍ଟ ଗ୍ୟାଲେରୀଠାରେ ବିଭୂତି କାନୁନଗୋ ଚାରୁଓକାରୁକଳା ମହାବିଦ୍ୟାଳୟ (ବି.କେ. କଲେଜ୍ଅଫ୍ଆର୍ଟ ଆଣ୍ଡ କ୍ରାଫ୍ସ)ର ୩୫ ଓ୩୬ ତମ ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀକୁ ଉଦଘାଟନ କରି ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରକାଶ କରିବା ସହିତ ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ।ଏହି ଚାରୁ କଳା ମହାବିଦ୍ୟାଳୟ ଭାରତର ପୂର୍ବାଂଚଳରେ ଏକ ଅଗ୍ରଣୀ କଳା ଶିକ୍ଷାନୁଷ୍ଠାନ ରୂପେ ପ୍ରସିଦ୍ଧି ଲାଭକରିଛି।ଏହାର ଅନେକ ଛାତ୍ରଛାତ୍ରୀ ଆମଦେଶ ତଥା ଦେଶବାହାରେ ସୁନାମ ଅର୍ଜନ କରିଛନ୍ତି ବୋଲି ମଧ୍ୟ ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ । ଏହି ଅବସରରେ ପ୍ରକାଶିତ ଏକ ସ୍ମରଣିକାକୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଂଜନ କୁମାର ଦାସ ଯୋଗ ଦେଇ କହିଲେ ଯେ, ଭୁବନେଶ୍ୱରର କଳିଙ୍ଗ ଆର୍ଟ ଗ୍ୟାଲେରୀ ପରି ରାଜ୍ୟର ବିଭିନ୍ନ ସ୍ଥାନରେ ଆଂଚଳିକ ଆର୍ଟ ଗ୍ୟାଲେରୀ କରାଯିବା ପାଇଁ ସରକାରଙ୍କ ତରଫରୁ ପ୍ରଚେଷ୍ଠା ଜାରିରହିଛି।ଫଳରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କର ଚାରୁକଳା ପ୍ରଦର୍ଶନର ସୁଯୋଗ ପାଇବେ ଓ ଏହା ଆମ ରାଜ୍ୟ ବାହାରେ ଆୟୋଜିତ ହେଉଥିବା ପ୍ରଦର୍ଶନୀରେ ଅଂଶଗ୍ରହଣ ପାଇଁ ସୁଯୋଗ ସୃଷ୍ଟି କରିବ।ସ୍ମାର୍ଟ ସିଟି ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣରେଏହି ବି.କେ. କଳା ମହାବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କର ଅନେକ ଭୂମିକା ରହିଛି ବୋଲି ଶ୍ରୀଦାସ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱୀନି ସାହୁ ଯୋଗଦେଇ ପ୍ରାଚୀନ ଯୁଗରୁ ଆଜି ପର୍ଯ୍ୟନ୍ତ ଓଡିଶା ଏବଂ ଓଡିଆର ଅସ୍ମିତାକୁ ଉଜ୍ଜୀବିତ କରି ରଖିଥିବା ଓଡିଆ ଶିଳ୍ପୀମାନେ ଓଡିଶାର ସାସ୍କୃତିକ ପ୍ରାଣର ସ୍ପନ୍ଦନ ବୋଲି ପ୍ରକାଶ କରିବା ସହ ସେମାନଙ୍କର ସୃଜନଶୀଳତା ଓ ଦକ୍ଷତା ପାଇଁ ଓଡିଶା ଗର୍ବିତ ବୋଲି କହିଥିଲେ।
ଉପସ୍ଥାପିକା ଆର୍.ଜେ.ଗୁଡ୍ଡି( ଋତୁପର୍ଣ୍ଣା ମହାପାତ୍ର) କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ମହାବିଦ୍ୟାଳୟରଅଧ୍ୟକ୍ଷଶ୍ରୀ ଗଜେନ୍ଦ୍ର କୁମାର ପାଢୀ ସମସ୍ତଙ୍କୁଧନ୍ୟବାଦ ଅର୍ପଣ ପୂର୍ବକ ଅଂଶଗ୍ରହଣ କରିଥିବା ସମସ୍ତ ଶିଳ୍ପୀ ଓ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସୂଚନାଯୋଗ୍ୟଯେ, ଏହିପ୍ରଦର୍ଶନୀରେ ୨୨୫ଟି ଚିତ୍ରକୃତି ଓ ୩୫ ଟି ଭାସ୍କର୍ଯ୍ୟକୃତି ପ୍ରଦର୍ଶିତ ହୋଇଛି। ପ୍ରତ୍ୟେକ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇଥିବା ବିଦ୍ୟାର୍ଥୀମାନଙ୍କୁ ପ୍ରିନ୍ସିପାଲ ଟ୍ରଫି ଓ ବିଭିନ୍ନ ମେମୋରିଆଲ ଟ୍ରଫି ଓ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।ଗତ ଦୁଇବର୍ଷ ଧରି କରୋନା‘କଟକଣା’ ପରିପ୍ରେକ୍ଷୀରେ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇପାରିନଥିବାରୁଏଥର ଦୁଇବର୍ଷ ପାଇଁଏହି ପୁରସ୍କାରମାନ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.