ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ବର୍ଗତଃ ମହେଶ ପାଢ଼ୀ ସ୍ମାରକୀ ସମାରୋହ ପୁରସ୍କାର ବିତରଣ ଉତ୍ସବ ସୋମବାର ଦିନ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇ ଯାଇଛି। ସ୍ବର୍ଗତଃ ମହେଶ ପାଢ଼ୀ ପରିବାର ଓ ପୁରାତନ ଛାତ୍ର ସଂସଦ ଆନୁକୁଲ୍ୟ ଓ ପୃଷ୍ଟପୋଷକତାରେ ବିଦ୍ୟାଳୟର ପାଞ୍ଚ ଜଣ କୃତି ଛାତ୍ରଙ୍କୁ ୨୦୨୧-୨୨ ଶିକ୍ଷା ବର୍ଷର ପରୀକ୍ଷାରେ ସର୍ବୋଚ୍ଚ ନମ୍ୱର୍ ରଖିଥିବା ଯୋଗୁଁ ପୁରସ୍କାର ପ୍ରଦାନ କରାଯାଇଥିଲା।
ସଭାର ଆରମ୍ଭରେ ଅତିଥି ମାନଙ୍କ ଦ୍ଵାରା ମଙ୍ଗଳ ଆଳତୀ ଓ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ପ୍ରତିମୂର୍ତ୍ତି ଗୁଡିକରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବର୍ଷୀୟାନ ପୁରାତନ ଛାତ୍ର ଶ୍ରୀ ବିଶ୍ଵନାଥ ପାଢ଼ୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ସଙ୍ଗେ ସଙ୍ଗେ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଡ଼ଃ ବୃଷକେତୁ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ର ମାନଙ୍କୁ ସଫଳତା ହାସଲ କରିବାର ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ।
ପୁରାତନ ଛାତ୍ର ସଂସଦର ଶ୍ରୀ ବସନ୍ତ କୁମାର ଦାଶ ଓ ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ନାୟକ ସେମାନଙ୍କ ସ୍ବର୍ଗତଃ ସ୍ମୃତିଚାରଣ କରିଥିଲେ। ଶ୍ରୀଯୁକ୍ତ ବିଶ୍ଵନାଥ ପାଢୀଙ୍କ ପୁତ୍ର ଶ୍ରୀଯୁକ୍ତ ତାରା ପ୍ରସାଦ ପାଢ଼ୀ ଓ ଡ଼ଃ ମିନାକ୍ଷୀ ପାଢ଼ୀ ଉପସ୍ଥିତ ରହି କୃତି ଛାତ୍ର ମାନଙ୍କୁ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଗର କୁମାର ବେହେରା (ଷଷ୍ଠ ଶ୍ରେଣୀ) , ସନ୍ଦୀପ କୁମାର ମହାରଣା ( ସପ୍ତମ ଶ୍ରେଣୀ) , ମଦନ ମୋହନ ପଟ୍ଟନାୟକ (ଅଷ୍ଟମ ଶ୍ରେଣୀ) , ଦୀପକ ପଣ୍ଡା (ନବମ), କୋଟଲା ବଂଶୀ (ଦଶମ ଶ୍ରେଣୀ) ପାଇଁ ଯଥାକ୍ରମେ ୧,୦୦୦ ଟଙ୍କା ,୨,୦୦୦ ଟଙ୍କା ,୩୦୦୦ ଟଙ୍କା ,୪,୦୦୦ ଟଙ୍କା ଓ ୫,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିକ୍ଷକ ଅଶୋକ କୁମାର ଗୌଡ ଓ ଜିକୋରୀୟ ଶବର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲା ବେଳେ ସି .ଏଚ୍ . ଭେଙ୍କେଟଶ୍ବର ରାଓ ବେଦ ପାଠ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ସୁଲତା ଶୁଭଦର୍ଶିନୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ଓ ଅତିଥି ପରିଚୟ କରିଥିଲା ବେଳେ , ଶ୍ରୀମତୀ ସସ୍ମିତା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ମିନାକ୍ଷୀ ପାଢ଼ୀ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସକାଶେ ସହାୟତା ନିମନ୍ତେ ଧନ୍ୟବାଦ୍ ପ୍ରଦାନ କରିଥିଲେ। ଶିକ୍ଷକ ଜଗନ୍ନାଥ ପଟ୍ଟନାୟକ ସଭା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ୱାଈ. ଧର୍ମା ରାଓ , ଶିକ୍ଷକ ସୋମନାଥ ଦାଶ , ଶିକ୍ଷୟତ୍ରୀ ଚିତ୍ରା ରଥ ଓ ଶିକ୍ଷୟତ୍ରୀ ଦିବ୍ୟ ଶ୍ରୁତି ସିଂହ ସହାୟତା ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସଂସଦର କର୍ମ କର୍ତ୍ତା ଯଥା:- ରମେଶ ଚନ୍ଦ୍ର ଚୌଧୁରୀ , ପୂର୍ବତନ ନଗରପାଳ ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ , ଶ୍ରୀ ବସନ୍ତ ପଣ୍ଡା , ଶ୍ରୀ ଡିଜେନ ପାଢ଼ୀ , ଶ୍ରୀ ଭାରତ ଭୂଷଣ ମହାନ୍ତି , କେ . ରାମ ସ୍ଵାମୀ , ଶ୍ରୀ ବାଳକୃଷ୍ଣ ପାତ୍ର ,ଶ୍ରୀ ସଚ୍ଚିଦାନନ୍ଦ ସାମଲ , ଶ୍ରୀ ହରି ମୋହନ ପଟ୍ଟନାୟକ , ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ ଓ ଡି. ମନ୍ମଥ ରାଓଙ୍କ ସମେତ ବହୁ ସଂଖ୍ୟକ ପୁରାତନ ଛାତ୍ର ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ପରିଶେଷରେ ବିଦ୍ୟାଳୟ ପରିସରରେ ଏକ ନୂତନ ୱାଟର ଫିଲ୍ଟରକୁ ପୁରାତନ ଛାତ୍ର ଶ୍ରୀ ରମେଶ ଚନ୍ଦ୍ର ଚୌଧୁରୀ ଉଦ୍ଘାଟନ କରିଥିଲେ।
Sign in
Sign in
Recover your password.
A password will be e-mailed to you.