ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭଲ ରାସ୍ତା ନ ଥିବାରୁ ଗାଁରେ ପହଞ୍ଚି ପାରିଲାନି ୧୦୮ ଆମ୍ବୁଲାନ୍ସ। ଫଳରେ ବାଧ୍ୟ ହୋଇ ୩ କିମି ପାହାଡିଆ ଘାଟି ରାସ୍ତାରେ ରୋଗୀକୁ ଭାରରେ ବୋହି ମୋହନା ଗୋଷ୍ଠୀ ସ୍ୱାସ୍ଯୁ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ଗାଁ ଲୋକେ। ଏଭକି ଏକ ଘଟଣା ପୁଣି ଥରେ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ହୁଏରୀ ଗାଁରେ।
ଗାଁର ଅନନ୍ତ ମଳିକ ଗାଁ ସାଥି ସହ ମଧ୍ୟାହ୍ନ ସମୟରେ ଗାଈ ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରେ ଗଛ ଡାଳ ହାଣିବା ବେଳେ ଅସାବଧାନତା ଯୋଗୁଁ କୁରାଢୀ ଚୋଟ ତାଙ୍କ ଡାହାଣ ପାଦରେ ବାଜି ଗଭୀର କ୍ଷତ ହେବା ସହ ପ୍ରବଳ ରକ୍ତ ସ୍ରାବ ହୋଇଥିଲା। ସେ ଗୁରୁତର ଅବସ୍ଥାରେ ଥିବାର ଦେଖି ସାଙ୍ଗ ଗାଁକୁ ଯାଇ ପରିବାର ଲୋକଙ୍କୁ ଖବର ଦେବା ପରେ ଅନନ୍ତକୁ ଗ୍ରାମବାସୀ ଏକତ୍ରିତ ହୋଇ ଘାଟି ରାସ୍ତାରେ ୩ କିମି ଦୋଳାରେ ବୋହି ଗଣ୍ଡାପଦର ମୁଖ୍ୟ ରାସ୍ତାକୁ ଆଣିବା ପରେ ସେଠାରୁ ଏକ ଅଟୋ ଯୋଗେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିସ୍ଥା କରାଇଥିଲେ।
ରାସ୍ତାର ଦୂରାବସ୍ଥା ନେଇ ଗ୍ରାମବାସୀ ବିଭିନ୍ନ ସମୟରେ ବାରମ୍ବାର ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଭଲ ରାସ୍ତାଟିଏ ନିର୍ମାଣ ହୋଇପାରୁ ନାହିଁ। ଏଣୁ ରାସ୍ତାର ଦୁରାବସ୍ଥା ନେଇ ଗ୍ରାମର କେଶବ ମଳିକ, ବସନ୍ତ ମଳିକ, ପ୍ରକାଶ ମଳିକ, ପୂର୍ଣ୍ଣ ମଳିକ, ଜୟ ମଳିକ , ପ୍ରଶାନ୍ତ ମଳିକ, ମୁନା ମଳିକ ଦୁଃଖିତ ଥିବା ଅଭିଯୋଗ କରିଛନ୍ତି।
ସୂଚନା ଯୋଗ୍ୟ ଗତ କିଛି ମାସ ତଳେ ଗ୍ରାମର ସେବତୀ ମଳିକ (୫୫) ନିଜ ଘରେ କାମ କରୁଥିବା ବେଳେ ପଡିଯିବାରୁ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା। ଯାହାଫଳରେ ତାଙ୍କୁ ଗାଁ ଲୋକେ ଦୋଳା କରି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେହିପରି ଗତ ଡିସେମ୍ବର ମାସରେ ଗ୍ରାମର ଆଉ ଜଣେ ମହିଳା ଓ ନବଜାତ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ ଚିକିତ୍ସା ପାଇଁ ଗାଁଲୋକେ ଦୋଳାରେ ବୋହି ମୋହନା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତଥାପି ପ୍ରଶାସନର ଏହି ଗାଁ ପ୍ରତି ଅବହେଳା କରିବା ଗ୍ରାମବାସୀଙ୍କୁ ବିସ୍ମିତ କରିଥିବା କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post