ଦୁର୍ନୀତିଗ୍ରସ୍ତଙ୍କୁ ଘଣ୍ଟ ଘୋଡ଼ାଉଛି କିଏ ???

0

ବଡ଼ମାଳ ଗୋଳାବାରୁଦ କାରଖାନାରେ ବଡ ଦୁର୍ନୀତି!

ବଲାଙ୍ଗୀର/ନିରୋଜ ମିଶ୍ର :  ସରକାରଙ୍କ କେନ୍ଦ୍ର ପ୍ରତିରକ୍ଷା ବିଭାଗର ବଡ଼ମାଲ ଗୋଳା ବାରୁଦ କାରଖାନା ବିଭିନ୍ନ ସମୟରେ ଦୁର୍ନୀତି ଓ ଚୋରି ଆଦି ନେଇ ଚର୍ଚ୍ଚାରେ ରହିଆସିଛି। ଏହି ବଡ଼ମାଲ ଗୋଳବାରୁଦ କାରଖାନା ବର୍ତ୍ତମାନ ଏପରି ଏକ ଘଟଣାକୁ ନେଇ ସଁଇତଲା, ବଡ଼ମାଲ, ଫପସି, ବେଲଗାଁ, ତଥା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରକାଶଯେ, ଭାରତର ପ୍ରତିରକ୍ଷା ବିଭାଗକୁ କେତେଜଣ ଠିକାଦାର ଅଭିଯୋଗ କରିଥିଲେ ଯେ କାମ ସରିବା ପରେ ମଧ୍ୟ ଆମାନତ ରାଶି ଏବଂ ଇ.ଏମ.ଡି ବର୍ଷ, ବର୍ଷ, ରଖି ବିନା ଦାବି ମୁତାବକ ଲାଞ୍ଚ ନ ଦେଲେ ଫେରସ୍ତ କରୁ ନାହାନ୍ତି। ଅଭିଯୋଗ ମୁତାବକ ତିନିଜଣ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ତାଙ୍କ ବିଭାଗରୁ ଅନ୍ୟ ବିଭାଗକୁ ବଦଳି କରିଦିଆଯାଇଥିଲା। ଯାହାକି ଏହି ଗୋଳବାରୁଦ କରଖାନା ୱେବସାଇଟ୍ ରେ ମଧ୍ୟ ପ୍ରକାଶ ପାଇଥିଲା। କିନ୍ତୁ ଏଥରେ ଏକ ବଡ ଧରଣର ଚର୍ଚ୍ଚା ହେଲା ଯେ ଭିତିରିଆ କୌଣସି କାରଣରୁ ଏହି ମାନଙ୍କର ବଦଳି ବାତିଲ କରାଯାଇଥିଲା, ଯାହାକି ରହସ୍ୟ ଘେରରେ ରହିଛି। ବର୍ତ୍ତମାନ ଏଠାରେ ଥିବା ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବଦଳି ଅନ୍ୟତ୍ର କରିଦିଆଯାଇଛି। କିନ୍ତୁ ଏହି କାରଖାନା ଛାଡିବା ପୂର୍ବରୁ ୪୬ ଜଣ ଜୁନିଅର ୱାର୍କସ ମ୍ୟାନେଜର ଏବଂ ଚାର୍ଜ ମ୍ୟାନଙ୍କୁ ବଦଳି ଗତ ତା୧୬.୦୮.୧୮ରିଖ ଶୁକ୍ରବାର ବିଳମ୍ବିତ ରାତ୍ରିରେ କରିଛନ୍ତି। ଏଥିରେ କୁହାଯାଉଛି ଯେ ତାଙ୍କ ନିକଟରେ କନିଷ୍ଟ ଯନ୍ତ୍ରୀ ଲାଭ ଜନକ ସିଟରେ ବଦଳି କରିଛନ୍ତି। ଏହି ବିଷୟ ଗୋଳବାରୁଦ କାରଖାନାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି, ଭାରତର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସିତାରମନ ଏ ନେଇ ତୁରନ୍ତ ତଦନ୍ତ କରିବା ପାଇଁ ଜନରବ ସୃଷ୍ଟି ହେଉଛି।  ଭାରତର ପ୍ରତିରକ୍ଷା ମନ୍ତ୍ରୀ ତୁରନ୍ତ ତଦନ୍ତ କରିବାକୁ ଦାବି ହେଉଛି

 

 

Leave A Reply

Your email address will not be published.