ପି.ବି.ଡି.ଏ ସ୍କୁଲ ଛାତ୍ରାବାସରେ ନିଜେ ରୋଷେଇ କରି ଖାଇଲେ ଛାତ୍ର।

0

ବଣେଇ : ବଣେଇ ଉପଖଣ୍ଡର ଲହୁଣୀପଡା ବ୍ଲକ ଅନ୍ତର୍ଗତ ଖୁଣ୍ଟଗାଁ ରେ ଥିବା ପାଉଡ଼ି ଭୂୟାଁ ଆଦିବାସୀ ଉର୍ଣ୍ଣୟନ ସଂସ୍ଥା ଛାତ୍ରବାସରେ ଗତ ଶନିବାର ଦିନ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ଦୃଶ୍ୟଟି ଏମିତି ଯେ ବାଳକ ଛାତ୍ରାବାସରେ ସରକାରଙ୍କ ପକ୍ଷରୁ ରୋଷେଇୟା ନିୟୋଜିତ ହୋଇଥିବା ସତ୍ତ୍ୱେ ଛାତ୍ରମାନେ ନିଜେ ରୋଷେଇ କରି ଖାଇବା କେତେଦୂର ଯୁକ୍ତିଯୁକ୍ତ। କୋମଳମତି ବୟସରେ ପାଠ ପଢିବା ପରିବର୍ତ୍ତେ ରୋଷେଇ କରି ଖାଇବା ଦୃଶ୍ୟ ଅତି ଅମାନବୀୟକତା ପରି ଜଣାପଡେ। ଏହା ସରକାରଙ୍କୁ ସିଧା ସଳଖ ଆଙ୍ଗୁଳି ନିର୍ଦ୍ଧେଶ କରୁଛି। ପାଉଡ଼ି ଭୂୟାଁ ଆଦିବାସୀ ଉର୍ଣ୍ଣୟନ ସଂସ୍ଥା ପାଇଁ ସରକାର ଯୋଜନା ଉପରେ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠାରେ ସବୁ ଯୋଜନା ଫେଲ ମାରିଥିବା ଦେଖିବାକୁ ମିଳୁଛି। ପ୍ରଶାସନ ତରଫରରୁ ତଦନ୍ତକରୀ ଉଚିତ ପଦକ୍ଷେପ ନେଲେ ଛାତ୍ରଶୋଷଣ ରୁ ରକ୍ଷା ପାଆନ୍ତେ ଛାତ୍ର।

Leave A Reply

Your email address will not be published.