ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗର ଉପାଧ୍ୟକ୍ଷ

0

ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡିଶା ଗସ୍ତରେ ଆସିଥିବା ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ସୁମନ ବେରୀ ଏବଂ ସଦସ୍ୟ ଡକ୍ଟର ଭି କେ ପାଲ ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସେମାନେ ରାଜ୍ୟର ବିକାଶ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ଓଡିଶାର ଦୀର୍ଘ ଦିନର ଦାବି ପ୍ରସଙ୍ଗ ଉଠାଇଥିଲେ |

ପ୍ରାକୃତିକ ଦୁର୍ବିପାକର ଚିର ସହଚର ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରଦାନ କରିବାକୁ ଓଡିଶାର ଦୀର୍ଘ ଦିନର ଦାବି ପ୍ରତି ଅଣଦେଖା କରାଯାଉଥିବା ସେ ଉଲ୍ଲେଖ କରିଥିଲେ । ରେଳ ସଂଯୋଗରେ ରାଜ୍ୟ ଅବହେଳିତ ହୋଇଆସିଥିବା ବେଳେ ରାଜ୍ୟର ଅନେକ ପଞ୍ଚାୟତ ଏପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ ସୁବିଧାରୁ ବଞ୍ଚିତ ଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ |

Leave A Reply

Your email address will not be published.