ଲାୟନ୍ସ କ୍ଳବ ପକ୍ଷରୁ ପରିବେଶ ସଚେତନତା ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0

ପଦ୍ମପୁର- ଲାୟନ୍ସ କ୍ଲବ୍ ପଦ୍ମପୁର ତରଫରୁ ଭେଉଁରିଆ ଉଚ୍ଚ ବିଦ୍ୟାଳୟ ଠାରେ ଏକ ପରିବେଶ ସଚେତନତା ଏବଂ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କୁ ଲାୟନ୍ ମେଜର୍ ଚିତ୍ତରଞ୍ଜନ ଦାଶ ପରିବେଶ ସୁରକ୍ଷା ସମ୍ପର୍କ ରେ ଉଦବୋଧନ ଦେଇଥିଲେ। ପରେ ସମସ୍ତ ଛାତ୍ରଛାତ୍ରୀ ଚାରାବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଲାୟନ୍ ସନ୍ତୋଷିନୀ ରଥ, ଅଞ୍ଚଳର ବିଶିଷ୍ଟ ପ୍ରକୃତିବିଦ୍ ଶ୍ରୀ ମୀନକେତନ ସାହୁ, ଅଧ୍ୟାପକ ଭକ୍ତ ଚରଣ ସାହୁ, ଲାୟନ୍ସ କ୍ଲବ୍ ପଦ୍ମପୁର ର ସଭାପତି ଅନୀଶ କୋଟେଚା ଏବଂ ସମ୍ପାଦକ ଶାଶ୍ଵତ ଦାଶ ଉପସ୍ଥିତ ଥିଲେ ।

Leave A Reply

Your email address will not be published.