ଜଗତସିଂହପୁର/ସୁମନ୍ତ କୁମାର ଦାସ: ନାଉଗାଁ ବ୍ଲକ ଦେଇ ପ୍ରଭାବିତ ହେଉଥିବା ଦେବୀନଦୀରେ ଚଳିତ ବର୍ଷ ପ୍ରଥମ କରି ବନ୍ୟା ଜଳ ପ୍ରଭାବିତ ହେଉଛି l ଏହି ନଦୀ ଗଜରାଜପୁର ନିକଟରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ନଦୀ ବନ୍ଧର ଅବସ୍ଥା ଶୋଚନୀୟ ହୋଇପଡିଛି l ଫଳରେ ନଦୀବନ୍ଧରୁ ଅତଡ଼ା ଖସୁଥିବା ଦେଖିବାକୁ ମିଳୁଛି l ଯାହାକୁ ନେଇ ନଦୀ କୁଳିଆ ବାସୀଙ୍କ ଚିନ୍ତା ବଢିଯାଇଛି l ସୂଚନା ଥାଉକି ଉକ୍ତ ସ୍ଥାନରୁ ପାରାଦ୍ୱୀପ ଓ ଏରସମା ଅଞ୍ଚଳର ଲୁଣା ଅଞ୍ଚଳକୁ ମଧୁର ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି l ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଠିକା ସଂସ୍ଥା ଭାବେ ଏଲଆଣ୍ଡଟି ପ୍ରଦାନ କରାଯାଉଛି l ମାତ୍ର ଉକ୍ତ ଠିକା ସଂସ୍ଥାର ଦାୟିତ୍ୱହୀନତାରୁ ହଜାର ହଜାର ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି l ଏଠାରେ ପୂର୍ବରୁ ନଦୀବନ୍ଧଦୁର୍ବଳ ରହିଥିବା ବେଳେ ଏହି ପ୍ରକଳ୍ପ ନିର୍ମାଣ ହେବା ଦ୍ଵାରା ଉକ୍ତ ନଦୀବନ୍ଧରୁ ଏବେ ଏକ ବିରାଟକାୟ ଅତଡ଼ା ଖସି ଯିବାରୁ ଏଠାରେ ଘାଇ ସୃଷ୍ଟି ହେବାର ସମ୍ଭାବନାକୁ ବଢ଼ାଇ ଦେଇଛି l ଯାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣମାନଙ୍କୁ ନେଇ ଗଠିତ ତୁମ୍ଭେଶ୍ୱର ଦେବୀନଦୀ ବନ୍ଧ ସୁରକ୍ଷା କମିଟି ପକ୍ଷରୁ ଉକ୍ତ ପ୍ରକଳ୍ପ ନିକଟରେ ଗୁରୁବାର ଏକ ଗୁରୁତ୍ଵାପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା l ଯଦି ବିଭାଗ ପକ୍ଷରୁ ତୁରନ୍ତ ନଦୀବନ୍ଧ ସୁରକ୍ଷା ପ୍ରତି ଦୁଷ୍ଟି ନଦିଆଯିବ,ତେବେ ଏହି ପ୍ରକଳ୍ପ ବିରୋଧ କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା ଏପରିକି ଆସନ୍ତା ଶନିବାର ଏହି ପ୍ରକଳ୍ପ ନିକଟରେ ସ୍ଥାନୀୟ ଜନସାଧାରଣଙ୍କୁ ନେଇ ବଡ଼ ଧରଣର ସାଧାରଣ ସଭା କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି l କମିଟିର ଆବାହକ ଆରର୍ତ୍ତ୍ରଣ ଦାସ ଙ୍କ ପୌରୋହିତରେ ଆୟୋଜିତ ବୈଠକ ରେ ଅଶୋକ ସ୍ୱାଇଁ,ବଂଶୀଧର ବେହେରା,ନୃସିଙ୍ଘ ଚରଣ ମହାନ୍ତି,କୈଳାଶ ପରିଡା,ରାଜ କିଶୋର ସାମଲ,ଅଜିତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ l ପ୍ରକାଶ ଥାଉକି ଏହି କାର୍ଯ୍ୟ ଆରମ୍ଭ ହେବା ସମୟରେ ନଦୀବନ୍ଧ ରେ ବିପଦ ସୃଷ୍ଟି ହେବାର ସମ୍ଭାବନା ଥିବା ସ୍ଥାନୀୟ ଜନସାଧାରଣ ଅନୁମାନ କରି ଏହି ପ୍ରକଳ୍ପ କାର୍ଯ୍ୟ କୁ ବିରୋଧ କରିଥିଲେ l ଏପରିକି ବ୍ଲକ ର ବୁଦ୍ଧିଜୀବି ଓ ଜନସାଧାରଣ ଙ୍କ ନେଇ ତୁମ୍ବେଶ୍ୱର ଦେବୀ ନଦୀ ବନ୍ଧ ସୁରକ୍ଷା କମିଟି ଗଠନ କରାଯାଇଥିଲା l କମିଟି ପକ୍ଷରୁ ଉକ୍ତ ପ୍ରକଳ୍ପ କାର୍ଯ୍ୟ କୁ ଅନେକ ଥର ବିରୋଧ କରାଯିବା ସହିତ ପ୍ରଶାସନ ସହିତ ବହୁବାର ଆଲୋଚନା କରାଯିବା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା l
Sign in
Sign in
Recover your password.
A password will be e-mailed to you.
Prev Post
Next Post