ମା’ ରମାଦେବୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ

0

ଜଗତସିଂହପୁର, /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌରପରିଷଦ ପକ୍ଷରୁ ମା’ ରମାଦେବୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି l ମା’ ରମାଦେବୀ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ l କେବଳ ହିଂସା ଓ ରକ୍ତପାତରେ ନୁହେଁ, ଉତ୍କଳ ର ଯେଉଁ ମହିୟସୀ ମହିଳାମାନେ ଶାନ୍ତି ଓ ଅହିଂସା ମାଧ୍ୟମରେ ତତ କାଳୀନ ଇଂରେଜ ସରକାର ବିରୋଧରେ ସଂଗ୍ରାମ କରି ଏକ ନୂତନ ଓଡିଶା ନିର୍ମାଣ ପାଇଁ ସ୍ବପ୍ନ ଦେଖିଥିଲେ,ସେହି ନାରୀ ଶକ୍ତିର ପ୍ରମୁଖ ପ୍ରତୀକ ହେଉଛନ୍ତି ମା’ରମାଦେବୀ l ସେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସମାଜ ସଂସ୍କାରକ ଥିଲେ l ୩ ଡିସେମ୍ବର ୧୮୯୯ ରେ ଜନ୍ମ ଗ୍ରହଣ କରିଥିଲେ ଓ ୨୨ ଜୁଲାଇ ୧୯୮୫ ରେ ଦେହତ୍ୟାଗ କରିଥିଲେ l ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ ଙ୍କୁ ବିବାହ କରିଥିଲେ l ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l
ମା’ରମାଦେବୀ ଙ୍କ ଶ୍ରାଦ୍ଧ ଦିବସ ଅବସରରେ ଜଗତସିଂହପୁର ପୌର ପରିଷଦ ପରିସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଜିଲ୍ଲା ପରିଷଦ ଶ୍ରୀ ରୁଦ୍ରନାରାୟଣ ଦାସ ଏବଂ ପୌର ପରିଷଦ ଅଧକ୍ଷା ଶ୍ରୀମତୀ ଅର୍ଚନା ସିଂହ ମା’ ରମାଦେବୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ପୌର ପରିଷଦ ଉପାଧ୍ୟକ୍ଷ‌ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ନିର୍ବାହୀ ଅଧିକାରୀ ପୌର ପରିଷଦ ଶ୍ରୀ ଅଶୋକ କୁମାର କର୍ଣ୍ଣ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା, ପୌର ପରିଷଦ ଯନ୍ତ୍ରୀ ଶ୍ରୀ ବ୍ରିଜେନ ଦାସ, ଦୀପକ ପଟ୍ଟନାୟକ ଓ କର୍ମଚାରୀ ମାନେ ଉପସ୍ଥିତ ରହି ରମାଦେବୀ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l

Leave A Reply

Your email address will not be published.